Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ମା କସମ ତୋ ତଣ୍ଟି କାଟିଦେବି” – ମହିଳା SIଙ୍କୁ ଧମକ ଦେଲା ସୁବେଦାର

ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା | ମହିଳା ପୋଲିସ SI ଙ୍କୁ ଲଭ ସେକ୍ସ ଧୋକା ଘଟଣା। ସାମ୍ନାକୁ ଆସିଲା ଗିରଫ ସୁବେଦାର ଏବଂ ମହିଳା SIଙ୍କ ଭିଡ଼ିଓ କଲ୍। ଭିଡ଼ିଓ କଲରେ ମହିଳା SIଙ୍କୁ ସୁବେଦାର ତୋଷବନ୍ତ ଆଚାର୍ଯ୍ୟ ଧମକ ଦେଉଥିବା ଭିଡ଼ିଓରୁ ଦେଖିବାକୁ ମିଳିଛି।

ସୁବେଦାର- ଏତେ କାଣ ମେଣ୍ଟାଲ୍ ଟରଚର୍… ତୋର ତଣ୍ଟି କାଟିଦେମି ଜାଣିଛୁ କି ନାଇଁ

ମହିଳା SI – ତମର୍ କଥାବାର୍ତ୍ତାରୁ ମୁଇଁ ଜାଣୁଛେ , ତମର୍ ତାର୍ ପ୍ରତି କେତେ ପ୍ରେମ ଉଛଲୁଛେ ଯେ ତମର ଫେସରୁ ଦେଖାଯାଉଛେ …..ବୁଝିଲ |

ସୁବେଦାର- ବେଶୀ ମଜବୁର ନାଇଁକର୍

ମହିଳା SI – କାଣା କରିବ…. ମୋତେ ମାରବ….

ସୁବେଦାର- ତୋର୍ ତଣ୍ଟି କାଟିଦେମି……

ମହିଳା SI – ତଣ୍ଟି କାଟିବ…..

ସୁବେଦାର- ହଁ

ମହିଳା SI – ହେ ଦିନ ପ୍ଲାନ କରୁଥିଲ କାଟିବା ଲାଗି

ସୁବେଦାର- ୫ ମିନିଟ୍ ଲାଗବା …..ମା କସମ ତୋର୍ ତଣ୍ଟି କାଟିଦେମି ପଛେ ଜେଲ ପଳେଇଯିମି | ମଜବୁର ନାଇଁ କର୍

ମହିଳା SI – ତମେ ମତେ ମାରିବା ଲାଗି ଵେବରୁ ପ୍ଲାନ୍ କରୁଥିଲ… ଆଜି ତକ୍ ମାରି ନାଇଁ ପାରବାର୍ ମାରବାର୍ କେ ପ୍ଲାନ କରିଛ |

ସୁବେଦାର- ହଁ …. ଜେଲ୍ ଯିମି ପଛେ ମାରିକରି ଯିମି | ଖାଲିରେ ନାଇଁଯାଏ | ଚାକିରୀରେ ଗୁଟେ ଦାଗ୍ ଲାଗିଲା , ମଡର୍ କରମି ଜେଲ୍ ଯିମି | ମୋର ମା କସମ ଖାଇକରି କହୁଛେ | ଇଟା ଥ୍ରେଟନିଙ୍ଗ୍ ନାଇସେ , ସାମନ|କେ ଯିଏ ଆସବା ମାରମି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ