ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ହାତିଆ-ରାଉରକେଲା ସେକ୍ସନରେ ପୋଲ ନମ୍ବର 524/34 ଏବଂ 524/35 ମଧ୍ୟରେ କାନାରୋୱାନ୍ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ୧୦ଟି ୱାଗନ୍ ଲାଇନଚ୍ୟୁତ ହୋଇଛି । ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାରେ ରାଉରକେଲା ସେକ୍ସନରେ ପୋଲ ନମ୍ବର 524/34 ଏବଂ 524/35 ବାନୋ ଓ କାନାରୋୱାନ୍ ରେଳ ଷ୍ଟେସନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି।
ରିପୋର୍ଟ ଅନୁସାରେ, ମୋଟ ୧୦ଟି କୋଚ୍ ଲାଇନଚ୍ୟୁତ ହୋଇଛି । ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ |ଦୁର୍ଘଟଣା ପରେ ରେଳବାଇ ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଲାଇନକୁ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରେଳବାଇ ଅଧିକାରୀମାନେ ଅଧିକାରୀଙ୍କ ସୂଚନା ଅନୁସାରେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଏବେ ପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଅତ୍ୟଧିକ ବୋଝେଇ ମାଲବାହୀ ୱାଗନଗୁଡ଼ିକ ଲାଇନଚ୍ୟୁତ ହେବା ଫଳରେ ଟ୍ରାକ ଗୁଡିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି | ଫଳରେ ଏହି ରୁଟ୍ ଦେଇ ଯାଉଥିବା ଅନେକ ପାସେଞ୍ଜର ଏବଂ ମାଲବାହୀ ଟ୍ରେନ ଅଟକି ରହିଛନ୍ତି । କେତେକ ଟ୍ରେନର ଗତିପଥକୁ ପରିବର୍ତ୍ତନ ମଧ୍ୟ କରାଯାଇଛି।
ସ୍ଥାନୀୟ ପ୍ରଶାସନର ଅଧିକାରୀ ଏବଂ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆକଳନ କରାଯାଉଛି ଯେ, ଟ୍ରାକଗୁଡିକର ମରାମତି ପାଇଁ କିଛି ଘଣ୍ଟା ସମୟ ଲାଗିପାରେ। ରାଞ୍ଚି ରେଳ ବିଭାଗ ପରିଚାଳିକା କରୁଣା ନିଧି ସିଂହ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛନ୍ତି।

