Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

ଭୁବନେଶ୍ବର: ବାତ୍ୟା ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ। ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ୨୦୨୬ +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।

ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ। ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ତାରିଖ ଅବଧି ନଭେମ୍ବର ୩ ତାରିଖ ଯାଏଁ ବୋର୍ଡ କର୍ତ୍ତୃପକ୍ଷ ଘୁଞ୍ଚାଇଛନ୍ତି। ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ। ଏନେଇ କଲେଜ ଗୁଡ଼ିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଫର୍ମ ପୂରଣ ପାଇଁ ପୂର୍ବ ନିର୍ଦ୍ଧାରିତ ଫାଇନ୍ ୨୦୦ ଏବଂ ୬୦୦ ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି। ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ