Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ୧୧୪ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ

ଭୁବନେଶ୍ବର: ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୪ ଜଣ (ଆଶାୟୀ) ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି। ତେବେ ଜାମିନ ପାଇଁ ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ସମେତ ୭ଜଣ ଦଲାଲ ଏପରି ମୋଟ ୧୨୧ ଜଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ।ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହାର ଶୁଣାଣି କରି ୧୧୪ ଜଣ ଆଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପଚାଶ ହଜାର ଟଙ୍କାର ବଣ୍ଡ ଓ ଦୁଇଟି ଜାମିନଦାର ବଦଳରେ ଜାମିନ ମଞ୍ଜୁର ହୋଇଛି ।

ଅନ୍ୟପଟେ ୭ ଜଣ ଦଲାଲଙ୍କ ଜାମିନ ଖାରଜ କରିଦେଇଛନ୍ତି କୋର୍ଟ। ଗତ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏ.ସି. ସ୍ଲିପର୍ ବସ୍‌କୁ ଅଟକ ରଖିଥିଲା। ସେଥିରେ ମୋଟ ୧୧୭ ଯାତ୍ରୀ ଥିଲେ। ପରେ ବ୍ରହ୍ମପୁର ଜିଲ୍ଲା ପୋଲିସ ଶ୍ରୀକାକୁଲମରୁ ବସକୁ ଆଣି ତଦନ୍ତ କରିଥିଲା। ଯେଉଁଥିରୁ ୧୧୪ ଜଣ ଓପିଆରବି ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ ବୋଲି ଜଣାପଡ଼ିଥିଲା। ପ୍ରଶ୍ନପତ୍ର ଆଣିବା ପାଇଁ ସେମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଯାଉଥିଲେ। ସେଠାରେ ଗୁପ୍ତଭାବରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବାର ଯୋଜନା କରିଥିଲେ।

ଯେଉଁଥିପାଇଁ ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ। ପ୍ରଥମେ କିଛି ଟଙ୍କା ଦେଇ ପ୍ରଶ୍ନ ପତ୍ର ଆଣିବାକୁ ଯାଇଥିଲେ। ବାକି ଟଙ୍କା ଚାକିରୀ ହେବା ପରେ ଦେଇଥାନ୍ତେ ବୋଲି ଯୋଜନା ଥିଲା। ତେବେ ଏହି ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଗତ ୧ ତାରିଖରେ ସମସ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ