Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁହାଁମୁହିଁ ହେବେ ୨ ନେତା; କମ୍ପୁଛି ନୂଆପଡା ଉପନିର୍ବାଚନ ମୈଦାନ

ନୂଆପଡା: ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବେ ଦୁଇ ଦଳର ନେତା| ଗୋଟେ ପଟେ ଶାସକ ଦଳର ମୁଖ୍ୟ ମୋହନ ଚରଣ ମାଝୀ ଏବଂ ଅନ୍ୟ ପଟେ ବିରୋଧୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ|ନୂଆପଡା ନିର୍ବାଚନ ପାଖେଇ ଆସିବା ସହ ନିର୍ବାଚନ ମୈଦାନ କମ୍ପିବାରେ ଲାଗିଛି| ୩ ଦଳ ଲାଗିପଡିଛନ୍ତି ନିଜର ପ୍ରଚାର ପ୍ରସାର ପାଇଁ। କିଏ ଲୁଗା ବାଂଟୁଛନ୍ତି ତ କିଏ ଭୋଟ ପାଇଁ ରୋଡ଼ ସୋ କରୁଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଘରଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ|

ନଭେମ୍ବର ମାସର ଆରମ୍ଭରେ ପ୍ରଚାର ଆହୁରି ତୀବ୍ର ଗତିରେ ବଢିବ ଯାହା ଦଳ ମଧ୍ୟରୁ ସୂଚନା ମିଳିଛି| ଏହି ପ୍ରଚାର ପ୍ରସାର ରୋଡ଼ ଶୋ ପାଇଁ ଚଳଚିତ୍ର ଅଭିନେତା ମଧ୍ୟ ମୈଦାନକୁ ଓଲ୍ହାଇବେ | ନିର୍ବାଚନର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ନୂଆପଡାରେ ପହଂଚି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇପାରନ୍ତି ବୋଲି ଆଶା କରାଯାଉଛି|

ଅପରପକ୍ଷରେ ବିରୋଧୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ପ୍ରଚାର ମୈଦାନକୁ ଓଲ୍ହାଇ ପ୍ରଚାର କରିବେ ବୋଲି ସୂଚନା ମିଳିଛି | ତାଙ୍କର ଗସ୍ତ ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ଏଆଇ ଜେନେରେଟେଡ଼ ଭିଡିଓ ଦଳୀୟ କର୍ମୀଙ୍କ ଦ୍ବାରା ପ୍ରଘଟ କରାଯାଉଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି | ଦଳୀୟ ସୂତ୍ରରୁ ସୂଚନା ଅନୁଯାୟୀ, ଉପନିର୍ବାଚନରେ ଦଳର ଗଡ଼ ରକ୍ଷା କରିବାକୁ ନବୀନ ଦୁଇଥର ନୂଆପଡ଼ା ଯିବେ। ଆସନ୍ତା ୩ ତାରିଖରେ ସେ କୋମନାରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୭ ତାରିଖରେ ନବୀନ ଖରିଆର ରୋଡ୍‌ରୁ ନୂଆପଡ଼ା ଯାଏଁ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ୭ ତାରିଖ କାର୍ଯ୍ୟକ୍ରମ ଏବେ ସୁଦ୍ଧା ଚୂଡ଼ାନ୍ତ ହୋଇନି। ହେଲେ ନବୀନ ୨ ଥର ନୂଆପଡ଼ା ଯିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ତିନି ଦଳର ପ୍ରାର୍ଥୀ ନୂଆପଡ଼ାରେ ପ୍ରଚାର ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ପରିବାର ଓ ସମ୍ପର୍କୀୟ ପ୍ରଚାର କରୁଛନ୍ତି। ବହୁ ବିଧାୟକ, ମନ୍ତ୍ରୀ ନୂଆପଡ଼ାରେ ଡେରା ପକାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ନେତା। ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତା ପର୍ଯ୍ୟନ୍ତ ସମସ୍ତେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଓ ଅନ୍ୟମାନେ ପ୍ରଚାର ଜାରି ରଖିଛନ୍ତି। ଆଗକୁ ଦଳର ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ