Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତ ଦିନେ କିପରି ନେବେ ଓଠର ଯତ୍ନ ? ଜାଣନ୍ତୁ କିଛି ଘରୋଇ ଟିପ୍ସ

ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ  । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ  । ତେବେ ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣ ଘରୋଇ ଉପଚାର କରି ଏହି ସମସ୍ୟାସୁ ଆସ୍ୱସ୍ଥି ପାଇପାରିବେ  ।

ଓଠରେ ମହୁ, ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାନ୍ତୁ। ଏହାଦ୍ୱାରା ଓଠ ଫାଟିବ ନାହିଁ ବରଂ ନରମ ରହିବ।

ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ।

ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କିମ୍ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ।

ଗୁଡ଼ରେ ଅଲିଭ୍‌ ତେଲ ଓ ମହୁ ଫେଣ୍ଟି ଲଗାଇପାରିବେ। ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା କମେ।

ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳ ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ।

ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଜଳଶୁଷ୍କତା ପ୍ରତି ଦିନ ଓଠରେ ଥରେ, ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ୱାରା ଓଠକୁ ଆର୍ଦ୍ର ରହିବ, ଫାଟିବ ନାହିଁ ଏବଂ ସମସ୍ୟାରୁ ଅତି ସହଜରେ ଆପଣଙ୍କୁ ଛୁଟକାରା ମିଳିବ  ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ