Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟାରଙ୍କୁ ନେଇ ଚିନ୍ତିତ ଫ୍ୟାନ୍ସ ; ହସ୍ପିଟାଲରେ ଥାଇ ଦେଲେ ବଡ ଖବର

ସିଡନି: ସିଡନିରେ ହୋଇଥିବା ତୃତୀୟ ୱାନ୍ ଡେ ମ୍ୟାଚରେ ଫିଲଡରେ କ୍ୟାଚ ଧରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ବଲ୍ ତାଙ୍କ ବାମ ଛାତିରେ ବାଜିଥିଲା ଯାହା ଖୁବ ଆଘାତ ଦେଇଥିଲା | ସେ ବିଳମ୍ବ ନ କରି ଏହାପରେ ଡ୍ରେସିଂ ରୁମକୁ ଫେରିଯାଇଥିଲେ | ଆଉ ଏହାପରେ ସେଠାକାର ଡାକ୍ତରୀ ଟିମ ଏବଂ ଫିଜିଓ ଟିମ ତାଙ୍କର ଚେକଅପ୍ କରିଥିଲେ | ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଆଡମିଟ୍ କରାଯାଇଥିଲା। ବର୍ତ୍ତମାନ ଏବେ ସୁସ୍ଥ ଅଛନ୍ତି |

ସେଥିପାଇଁ ତାଙ୍କୁ ଆଇସିୟୁରୁ ବାହାରକୁ ସ୍ଥାନାନ୍ତର କରାଯାଇଛି। ଫ୍ୟାନ୍ସମାନେ ତାଙ୍କ ସ୍ବସ୍ଥ୍ୟାବସ୍ଥାକୁ ନେଇ ବହୁତ ଚିନ୍ତିତ ଥିଲେ। ଭାରତର ଟି-୨୦ କ୍ୟାପଟେନ ସୁର୍ଯ୍ୟ କୁମାର ଯାଦବ ତାଙ୍କ ସ୍ୱାସ୍ଥକୁ ନେଇ ସୂଚନା ଦେଇଥିଲେ। ସେ ଫ୍ୟାନ୍ସମାନଙ୍କୁ କହିଛନ୍ତି ଯେ , ଚିନ୍ତା କରନ୍ତୁନି ଆୟରଙ୍କ ସହ ମୁଁ କଥା ହେଉଛି ସେ ଏବେ ଭଲ ଅଛନ୍ତି। ଅନ୍ୟ ପଟରେ ଭାରତରେ ଏବେ ଛଟ୍ ପୂଜା ଚାଲିଛି | ସୂର୍ଯ୍ୟଙ୍କ ମା’ ଏହି ଛଟ୍‌ ପୂଜା କରିଛନ୍ତି | ଏହି ପୂଜାରେ ଆୟର ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଛଠୀ ମା’ଙ୍କୁ ସେ ପ୍ରାର୍ଥନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ