Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚୁକ ପାଇଁ ନୂଆ ନିର୍ଦ୍ଦେଶାବଳୀ, ସିଂହଦ୍ଵାର ପଟେ ପ୍ରବେଶ ଏବଂ ଅନ୍ୟ ୩ ଦ୍ଵାର ଦେଇ ପ୍ରସ୍ଥାନ

ପୁରୀ,୩୦|୧୦ : ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆସୁ ଥିବାରୁ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ | ସେ ସବୁକୁ ନଜରରେ ରଖି ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଅନ୍ୟ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ | ଏନେଇ ପୁରୀ ଜିଲ୍ଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି |

ଅଁଳା ନବମୀରେ ଭୋର୍‌ ୫ଟାରୁ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି | ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧାରେ ଦର୍ଶନ ପାଇଁ ୧୧ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ