ନିର୍ମାଣ ହେବ ୯୨ ରେଳ ଓଭରବ୍ରିଜ୍; ରେଳ ମନ୍ତ୍ରଣାଳୟ ବହନ କରିବେ ସମ୍ପୂର୍ଣ୍ଣ ଖର୍ଚ୍ଚ
 
        ଭୁବନେଶ୍ୱର,୩୧|୧୦: ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍ବ୍ରିଜ୍ | ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ | ପୂର୍ବରୁ ଉଭୟ କେନ୍ଦ୍ର ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ରେଳ ଓଭରବ୍ରିଜ୍ ପାଇଁ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା | ତେବେ ଏଥପାଇଁ ଆଉ ରାଜ୍ୟ ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବନି | ରେଳ ମନ୍ତ୍ରଣାଳୟ ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେଇଛି |
ପୂର୍ବରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରଣାଳୟ ବହନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ|ତେବେ କେନ୍ଦ୍ର ସରକାର ଏ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବାକୁ ଚିଠି ବାବଦରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି | ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।

 
                        
 
                                 
                                 
                                 
                                 
                                