ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀ ଏବଂ ସାଂସଦ ପର୍ଯ୍ୟନ୍ତ କେତେ ଦରମା ପାଆନ୍ତି ? ଜାଣନ୍ତୁ …
 
        ନୂଆଦିଲ୍ଲୀ: ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର | ଆମ ଭାରତୀୟ ସମ୍ୱିଧାନ ଅନୁସାରେ ସାଧାରଣ ନାଗରିକ ହେଉଛନ୍ତି ମୁଖ୍ୟ | ସେମାନେ ଭୋଟ ଦେଇ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇଥାନ୍ତି | କିନ୍ତୁ ସାଧାରଣ ନାଗରିକଙ୍କ ମଧ୍ୟରେ ସବୁବେଳେ ଗୋଟାଏ ଉତ୍କଣ୍ଠା ଥାଏ ,ଦେଶର ସର୍ବୋଚ୍ଚ ପଦବୀରେ ବସିଥିବା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ଅନ୍ୟନ୍ୟ ସଂସଦ ମାନେ କେତେ ଦରମା ପାଆନ୍ତି |
ଦେଶର ସର୍ବୋଚ୍ଚ ନାଗରିକ ହେଉଛନ୍ତି ରାଷ୍ଟ୍ରପତି | ତେବେ ରାଷ୍ଟ୍ରପତିଙ୍କୁ ୫ ଲକ୍ଷ ଦରମା ମିଳିଥାଏ | ରାଷ୍ଟପତିଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡେନାହିଁ | ସରକାରୀ ଘର ସହିତ ମାଗଣା ଚିକତ୍ସା ଏବଂ ଯାତ୍ରା ଭଡା, ଘରୋଇ କର୍ମଚାରୀ ଏବଂ ଏକ କାରର ସୁବିଧା ପ୍ରଦାନ କରାଯାଏ।
ପ୍ରଧାନମନ୍ତ୍ରୀ ମଧ୍ୟ ସର୍ବୋଚ୍ଚ ପଦବୀ ମଧ୍ୟରୁ ଗୋଟାଏ ପଦବୀ | ପ୍ରଧାମନ୍ତ୍ରୀଙ୍କୁ ମାସକୁ ପ୍ରାୟ ୧.୬ ଲକ୍ଷ ମିଳିଥାଏ | ମାସିକ ଦରମା ବ୍ୟତୀତ ବାସଭବନ, ସୁରକ୍ଷା ,ପରିବହନ ଏବଂ ଚିକତ୍ସା ସୁବିଧା ମଧ୍ୟ ମିଳିଥାଏ | ଅବସର ପରେ ପଦ ଛାଡିବା ପରେ, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ପାଞ୍ଚ ବର୍ଷ ପାଇଁ ଘର,ଉପଯୋଗୀ ସାମଗ୍ରୀ ଏବଂ SPG ସୁରକ୍ଷା ପାଆନ୍ତି।
ରାଜ୍ୟପାଳଙ୍କୁ ମାସକୁ ଦରମା ୩ ଲକ୍ଷ ୫୦ ମିଳିଥାଏ | ସରକାରୀ ବାସଭବନର ସୁବିଧା ମିଳିଥାଏ | ଚିକତ୍ସା ପରିବହନ ଭଳି ସୁବିଧା ମଧ୍ୟ ମିଳିଥାଏ | ଅନ୍ୟ ପଦବୀ ପରି, ରାଜ୍ୟପାଳମାନେ ସରକାରୀ ବାସଭବନ, କର୍ମଚାରୀ, ଯାତ୍ରା ପାଇଁ ଭତ୍ତା ଇତ୍ୟାଦି ଉପଭୋଗ କରନ୍ତି।
ଉପ ବାଚସ୍ପତିଙ୍କ ଦରମା ମାସକୁ ୪ ଲକ୍ଷ ରହିଛି | ସାଂସଦ ମାନଙ୍କ ଦରମା ମାସକୁ ୧.୨୪ ଲକ୍ଷ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମାନଙ୍କ ଦରମା ୧.୧ ଲକ୍ଷ ରୁ ୪ ଲକ୍ଷ ପର୍ଯ୍ୟନ୍ତ ମିଳିଥାଏ | ଆର୍ମି , ନେଭି ଏବଂ ଏୟାର ଫୋର୍ସ ସେନା ଅଧିକାରୀ ମାନଙ୍କୁ ମାସକୁ ଦରମା ୨.୫ ଲକ୍ଷ ପର୍ଯ୍ୟନ୍ତ ମିଳିଥାଏ | ମୁଖ୍ୟ ବିଚାରପତିଙ୍କୁ ମାସକୁ ୨.୮ ଲକ୍ଷ ଦରମା ମିଳିଥାଏ | ସେଭଳି ଜିଲ୍ଲାପାଳ ଏବଂ ଡିଜିପି ମାନଙ୍କ ମାସିକ ଦରମା ୫୬,୧୦୦ ରୁ ୨ଲକ୍ଷ ୫୦ହଜାର ପର୍ଯ୍ୟନ୍ତ ରହିଛି |

 
                        
 
                                 
                                 
                                 
                                 
                                