Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦମୁକ୍ତ ମାଝୀଗୁଡା ପଞ୍ଚାୟତ ପାଇଁ ପଞ୍ଚାୟତ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

କଳାହାଣ୍ଡି,୩୧/୧୦
ଦିନ କୁ ଦିନ ଗ୍ରାମାଞ୍ଚଳରେ ନିଶା ର କୁପ୍ରଭାବ ଯୁବ ଗୋଷ୍ଠି ଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଶା ଗ୍ରସ୍ତ ହୋଇ ଯୁବଗୋଷ୍ଠୀ ମାନେ ଅନେକ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ହୋଇ ବିଶୃଙ୍ଖଳା ଦେଖା ଦେଉଛି। ଘର ର ମୁରବି ଯାହା ରୋଜଗାର କରୁଛନ୍ତି ନିଶାପାଣି ରେ ଉଡାଇ ଦେଉଥିବା ବେଳେ ପରିବାର ମଧ୍ୟରେ ଅଶାନ୍ତି କଳହ ବୃଦ୍ଧି ପାଉଛି। ନିଶା କବଲ ରୁ ଗାଁ ମୁକ୍ତ କରି ଏକ ଆଦର୍ଶ ଗ୍ରାମ ଭାବେ ଗଢି ତୋଳିବା ପାଇଁ କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ପକ୍ଷରୁ ନିଶା ନିବାରଣ ମଦ ମୁକ୍ତ ମାଝୀଗୁଡା ଗ୍ରାମ ଗଠନ ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଝୀଗୁଡା ଶ୍ରୀମତୀ ସରପଞ୍ଚ ମାମି ବାଗ ଙ୍କ ନେତୃତ୍ୱରେ ଏହି ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ମୌଷଧି ବାଗ ଯୋଗଦେଇ ନିଜ ଗାଁ ରେ ନିଶା ମୁକ୍ତ ଅଭିଯାନ ନେଇ ସଚେତନତା କାର୍ଯ୍ୟ କୁ ପ୍ରସଂଶା କରିବା କରିଥିଲେ। ମାଝୀଗୁଡା ନେତାଜୀ ଯୁବକ ସଙ୍ଘ ସଭାପତି ଧବଳେଶ୍ବର ନାଗ, କୋକସରା ବ୍ଲକ ଯାଦବ ସମାଜ ସଭାପତି ଦ୍ଵାରିକା ବାଗ,ସମାଜସେବି ଚିତ୍ରସେନ ନାଏକ, ପଞ୍ଚକ ପୋଢ଼, ପରମେଶ୍ବର ବାଗ ସମେତ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସମେତ ନେତାଜୀ ଯୁବକ ସଙ୍ଘ ର କର୍ମକର୍ତ୍ତା ଓ ଗ୍ରାମର ସଚେତନ ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଙ୍ଘ ମାନେ ମିଳିତ ଭାବେ ମାଝୀଗୁଡା ଗ୍ରାମ ର ପଡା ପଡ଼ା ବୁଲି ମଦ କୋଠି ବନ୍ଦ କରିବା ସହ ଗାଁ ରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ