Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲିଠୁ ସୁଭଦ୍ରା ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ

ଭୁବନେଶ୍ବର: କାଲିଠୁ ସୁଭଦ୍ରା ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ନୂଆ ଆବେଦନ କରିପାରିବେ।

୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଆବେଦନ କରିପାରିବେ। ତେବେ ଯେଉଁଠି ଆଚରଣ ବିଧି ଲାଗିଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ ବ୍ୟବହାର କରିପାରିବେ। ୱେବ୍‌ ପୋର୍ଟଲ www.subhadra.odisha.gov.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି। ମାର୍ଚ୍ ୩୧, ୨୦୨୫ରେ ଯେଉଁ ମହିଳାମାନକୁ ୨୧ ବର୍ଷ ହୋଇଥିବ ସେମାନେ ଆସନ୍ତାକାଲିଠୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ମାର୍ଚ୍ଚ ୮ ରେ ସେମାନେ ମଧ୍ୟ ସୁଭଦ୍ରା ପଇସା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେହିପରି ନଭେମ୍ବର ପହିଲାରୁ ୧୨ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩ ଶହରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ କରିବେ ବୋଲି ଜଣାପଡ଼ିଛି। ଏହି ମେଳାରେ ୫୦ ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି। ତେବେ ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ