Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗାଣ ବିଭାଗ ତରଫରୁ ଜାରି ହେଲା ଖୁସି ଖବର; ଏଣିକି ଇ-କେୱାଇସି ନ କରି ମିଳିବ ଚାଉଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ତରଫରୁ ଜାରି ହେଲା ଖୁସି ଖବର | ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ନ ଲେଖା ହେବା ଯାଏ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କୁ ଚାଉଳ ବଣ୍ଟା ଯିବ | ଏହାର ଅର୍ଥ ଯେ ରାସନକାର୍ଡ ହିତାଧିକାରୀମାନଙ୍କୁ ପୂର୍ବଭଳି ନିଜ ଭାଗର ଚାଉଳ ଦିଆଯିବ | ଇ-କେୱାଇସି କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ଯେଉଁ ଦ୍ଵନ୍ଦ ଚାଲିଥିଲା ସେଥିରୁ ସାମାନ୍ୟ ବିରତି ମିଳିଛି|ପୂର୍ବ ସୂଚନା ମୁତାବକ ଚଳିତ ମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ଏହା ଉପରେ ରହିଥିଲା ଯେ ସରକାର ଅକ୍ଟୋବର ୩୧ ତାରିଖ ଦିନ କ’ଣ ପଦକ୍ଷେପ ନେଉଛନ୍ତି।

ଯୋଗାଣ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଅକ୍ଟୋବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି । ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୫୬ ହଜାର, କଟକ ୮୭ ହଜାର, ମୟୂରଭଞ୍ଜ-କଳାହାଣ୍ଡି ୭୬ହଜାର, ବଲାଙ୍ଗୀର-ବାଲେଶ୍ବର ୭୪ ହଜାର, ପୁରୀ ୬୯ ହଜାର, ବରଗଡ଼ ୬୫ ହଜାର, କେନ୍ଦୁଝର-ଖୋର୍ଦ୍ଧାରେ ୬୪ ହଜାର ହିତାଧିକାରୀଙ୍କ ଇ-କେୱାଇସି ବାକି ରହିଛି ।

ଏଥିମଧ୍ୟରୁ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୮ହଜାର ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ରାଜ୍ୟ ବାହାରେ ଥିବା ୧ ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ଏହି ହିତାଧିକାରୀଙ୍କ ମଧ୍ୟରୁ ରାଜ୍ୟ ବାହାରେ କାମ କରୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି । ଏହା ସହ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହଟାଇଲେ ଇ-କେୱାଇସି କରି ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ