ପୁଟିନଙ୍କ ସର୍ତ୍ତରେ ରାଗିଗଲେ ଟ୍ରମ୍ପ; ବାତିଲ କଲେ ବୈଠକ
ଓ୍ବାଶିଂଟନ୍,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ଏକ ବଡ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ହେବାକୁ ଥିବା ବୈଠକକୁ ବାତିଲ କରିଛନ୍ତି।
ଏହା ଆମେରିକା ଏବଂ ରୁଷିଆ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦର୍ଶାଉଛି । ୟୁକ୍ରେନ ଏବେ ଯୁଦ୍ଧ ସମାପ୍ତ କରିବା ବଦଳରେ “ସାର୍ବଭୌମତ୍ୱ ଆତ୍ମସମର୍ପଣ” ଦାବି କରି ରୁଷିଆ ଟ୍ରମ୍ପ ପ୍ରଶାସନକୁ ଏକ ମେମୋ ପଠାଇଛି | ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ପୁଟିନ ଏହି ମେମୋରେ ତାଙ୍କର ବୟାନ ମୁତାବକ “ମୂଳ କାରଣ”ଗୁଡ଼ିକର ଏକ ତାଲିକା ଅନ୍ତର୍ଭୁକ୍ତ କରିଥିଲେ, ଯାହା ପ୍ରକୃତରେ ୟୁକ୍ରେନର ଆତ୍ମସମର୍ପଣ ପାଇଁ ସର୍ତ୍ତ ଥିଲା।
ରିପୋର୍ଟ ଅନୁଯାୟୀ, ମେମୋ ପାଇବା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭଙ୍କ ମଧ୍ୟରେ ଫୋନରେ ଯୋଗାଯୋଗ ହୋଇଥିଲା। ସେହି ଫୋନ କଲ ମାଧ୍ୟମରେ ରୁବିଓ କହିଥିଲେ ଯେ ପୁଟିନ ମେମୋ ସମ୍ପର୍କରେ କୌଣସି “ଅର୍ଥପୂର୍ଣ୍ଣ ଆଲୋଚନା”ରେ ଆଗ୍ରହୀ ନଥିଲେ, ଯାହା ଟ୍ରମ୍ପଙ୍କୁ ବୈଠକ ବାତିଲ କରିବାକୁ ବାଧ୍ୟ କରିଥିଲା।
ସର୍ତ ଅନୁଯାଇ ରୁଷିଆ ଏପରି କହିଥିଲା ଯେ -କ୍ରିମିଆ, ଡୋନେଟ୍ସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଝିଆ ସମେତ ୨୦୧୪ରୁ ନିଜ ଆୟତରେ ରଖିଥିବା ସମସ୍ତ ଅଞ୍ଚଳକୁ ରୁଷିଆର ଅଂଶ ଭାବରେ ଆନୁଷ୍ଠାନିକ ସ୍ୱୀକୃତି ଦେବା। ୟୁକ୍ରେନର ନୂତନ ସୀମାରେ ଏକ “ବଫର ଜୋନ” ସୃଷ୍ଟି କରିବାକୁ ପୁଟିନ ଏପରି ମଧ୍ୟ ଦାବି କରିଛନ୍ତି, ଯାହା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ବ୍ୟବଧାନ ବଜାୟ ରଖି ଏହାର ଅଞ୍ଚଳକୁ ଆହୁରି ହ୍ରାସ କରିବ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଭର୍ସେଲ୍ସ ଚୁକ୍ତି ଅନୁଯାୟୀ ଜର୍ମାନୀ ଉପରେ ଲାଗୁ ହୋଇଥିବା ସମାନ ୟୁକ୍ରେନର ସାମରିକ ବାହିନୀର ନିୟୋଜନ, ଆକାର ଏବଂ ଅସ୍ତ୍ରଶସ୍ତ୍ର ଉପରେ ସୀମା ଲାଗୁ କରିବା | ରିପୋର୍ଟରେ କୁହାଯାଇଛି ଯେ , ପୁଟିନ କେବଳ ଭୂ-ରାଜନୈତିକ କାରଣ ପାଇଁ ନୁହେଁ ବରଂ ସାମାଜିକ ନିୟନ୍ତ୍ରଣ ପାଇଁ ମଧ୍ୟ ସର୍ତ୍ତାବଳୀ ଲାଗୁ କରୁଛନ୍ତି, ଯେପରିକି ୟୁକ୍ରେନର ଜାତୀୟ ପରିଚୟକୁ “ରୁଷ ମଡେଲ” ସହିତ ଗ୍ରହଣ କରିବା। ଏଥିରେ ସରକାରୀ କାର୍ଯ୍ୟରେ ରୁଷିଆ ଭାଷାର ବ୍ୟବହାର, ରୁଷିଆର ଅର୍ଥୋଡକ୍ସ ଚର୍ଚ୍ଚର ପୁନରୁଦ୍ଧାର ଏବଂ ୟୁକ୍ରେନୀୟ ଜାତୀୟତାବାଦୀ ସଂଗଠନଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବା ଅନ୍ତର୍ଭୁକ୍ତ।

