ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ
ସୁବର୍ଣ୍ଣପୁର,୧|୧୧: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅଞ୍ଚଳରୁ ଆସିଲା ସାଂଘାତିକ ଅଭିଯୋଗ। ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ଆଧାରରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ତେବେ ହିକୁଡି ଗାଁ ନିକଟରେ ଥିବା ଟାଟା ମୋଟର୍ସର ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଯୁବତୀ ଜଣକ ଗତ କାଲି ସନ୍ଧ୍ୟାରେ କାମରୁ ଫେରୁଥିବା ସମୟରେ ଆଇଟିଆଇ ନିକଟରେ ତିନିଜଣ ମୁଖା ପିନ୍ଧା ଯୁବକ ଆସି ପ୍ରଥମେ ତାଙ୍କୁ ଟଣା ଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ ଏବଂ ପରେ ତାଙ୍କ ମୁହଁରେ ସ୍ପ୍ରେ କରି ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।
ତେବେ ଯୁବତୀ ଜଣଙ୍କ ଯୁବକମାନଙ୍କୁ ଚିହ୍ନି ନଥିବା କହିଥିଲେ ବି ପୋଲିସ ଦୁଇ ଜଣ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବୀରମହାରାଜପୁର ଏସଡିପିଓ ସୂଚନା ଦେଇଛନ୍ତି।

