Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଛତିଶଗଡ଼ରୁ ୫୦୦ରୁ ଅଧିକ ଅପରାଧୀଙ୍କୁ ପୋଲିସ ପୋଷାକରେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ବିଜେଡି

ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଶାସକ ଦଳ ଆଉ ବିଜେଡି ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ବିରୋଧରେ ସିଇଓଙ୍କ ଆଗରେ ଫେରାଦ ହୋଇଛି। ଦଳ ପକ୍ଷରୁ ଅଭିଯୋଗ ଆଣିଛି, ବିଜେପି ଛତିଶଗଡ଼ରୁ ଅପରାଧୀଙ୍କୁ ଆଣି ପୋଲିସ ପୋଷାକରେ ବ୍ୟବହାର କରୁଛି।ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ‘ ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ଭୟଭୀତ। ପ୍ରଥମେ ପ୍ରାର୍ଥୀ ଚୋରି କଲେ। ଆଉ ଏବେ କର୍ମୀ ଚୋରି କରୁଛନ୍ତି । ଛାତ୍ର ସଭାପତି ମନିଷ ଦିବାଙ୍କରଙ୍କୁ ରାତିରେ ପୋଲିସ ଉଠେଇ ନେଲା ଏବଂ ପରେ ଜବରଦସ୍ତି ବିଜେପିରେ ମିଶେଇଛି ଶାସକ ଦଳ। ଏହା ଛଡ଼ା ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମିଛ ମାମଲା ରୁଜୁ କରି ସଂଗଠନ ଦକ୍ଷତାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛି।’’ ଲେନିନ କହିଛନ୍ତି, ‘‘ପୋଲିସର ଏହି କାର୍ଯ୍ୟକୁ ଲୋକେ ନିନ୍ଦା କରୁଛନ୍ତି। ଲୋକଙ୍କର ପୋଲିସ ଉପରୁ ଭରସା ତୁଟି ଗଲାଣି। ହିମାଂଶୁ ଲାଲଙ୍କ ଗତିବିଧିକୁ ନେଇ ବିଜେଡି ବାରମ୍ବାର ଆପତ୍ତି ଉଠେଇଛି। ଶାସକ ଦଳ ପୋଲିସକୁ ନିଜ ପାଇଁ ବ୍ୟବହାର କରୁଛି।’’ସେ ଆହୁରି କହିଲେ ‘‘ଆସନ୍ତା ୩ ତାରିଖରେ ନବୀନ ବାବୁଙ୍କ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ ବିଜେପି ପ୍ରୟାସ କରୁଛି।

ମନମୋହନ ସାମଲକୁ ବିଜେଡିର ଖୋଲା ଚାଲେଞ୍ଜ । ଯେତେ ଚେଷ୍ଟା କଲେ ମଧ୍ୟ ନବୀନଙ୍କ କାର୍ଯ୍ୟକୁ ଅଟକାଇ ପାରିବେ ନାହିଁ। କର୍ମୀ ନେଇପାରିବେ ସଂଗଠନ ଭାଙ୍ଗି ପାରିବେ ନାହିଁ ବୋଲି ବିଜେଡି ଆହ୍ୱାନ କରିଛି। ନିର୍ବାଚନର ନିର୍ଯ୍ୟାସ ବିଜେଡି ସପକ୍ଷରେ ରହିବ । ବିଜେପି ଛତିଶଗଡ଼ରୁ ୫୦୦ରୁ ଅଧିକ ଅପରାଧୀଙ୍କୁ ପୋଲିସ ପୋଷାକରେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ବିଜେଡି। ତେବେ ପୋଲିସର ଗତିବିଧିକୁ ନେଇ ସିଇଓଙ୍କ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ