ବିଶାଖାପାଟନମରୁ ଜୟପୁର ଆସୁଥିବା ଏକ OSRTC ବସ ଜଳିଗଲା
ଆଜି ଭୋର ସମୟରେ ବିଶାଖାପାଟନମରୁ ଜୟପୁର ଆସୁଥିବା ଏକ OSRTC ଯାତ୍ରୀବାହୀ ବସରେ ସାଲୁର ଘାଟି ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ବସଟି ଘାଟି ରାସ୍ତାରେ ହିଁ ହୁତୁହୁତୁ ହୋଇ ଜଳିଥିଲା । ତେବେ ଏଥିରେ କୌଣସି ବ୍ୟକ୍ତିଙ୍କ ଜୀବନହାନୀ ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ବସଟି ବିଶାଖାପାଟନମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପ୍ରାୟ ୭ଟା ୩୦ରେ ଘାଟି ଚଢୁଥିବା ବେଳେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବସରେ ୧୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି । ଆନ୍ଧ୍ରପ୍ରଦେଶ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି ।

