ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ; ଧରାପଡ଼ିଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ; ୦୭|୧୧: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି । ଆଜି ଘଟିଛି ଦୁଇ ଦୁଇଟି ଅଭାବନୀୟ ଘଟଣା | ଗୋଟେ ପଟେ ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପ୍ରବେଶ କରିଛନ୍ତି ଶ୍ରଦ୍ଧାଳୁ। ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ସୂଚନା ମିଳିଛି। ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁର ଜିଲ୍ଲାର | ତାଙ୍କ ନାମ ଭକ୍ତ ଶଙ୍କର ବୋଲି ପୋଲିସ ବିଭାଗ ତରଫରୁ ସୂଚନା ମିଳିଛି।
ପୋଲିସଙ୍କ କହିବା ଅନୁଯାଇ, ସେ ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ। ଉକ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅଟକ ରଖି ପଚରାଉଚରା କରାଯାଉଛି।
ଅନ୍ୟପଟେ ଆଉ ଜଣେ ଶ୍ରଦ୍ଧାଳୁ ପିନ୍ଧିଥିବା ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ଜଣାପଡିଛି । ଜଗମୋହନ ମନ୍ଦିର ପାଖରେ ଭରତଙ୍କୁ ଧରିଥିଲେ ଜେଟିପି । ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

