ସଚେତନତା ହିଁ ସାଇବର ଅପରାଧ ରୋକିବା ର ମୂଳମନ୍ତ୍ର,ଡିଗ୍ରୀ ମହାବିଦ୍ୟାଳୟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।
କଳାହାଣ୍ଡି,୦୭/୧୧
ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଅପରାଧ କୁ ନେଇ ରାଜ୍ୟ ବ୍ୟାପି ସାଇବର ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି।କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ରେ ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ନେଇ ଜନସାଧାରଣ ଙ୍କୁ ସାଇବର ଅପରାଧ ଓ ଅପରାଧୀ ଙ୍କ ଅନଲାଇନ ଜରିଆରେ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଓ ଡର ଦେଖାଇ ବିଭିନ୍ନ କୌଶଳ ରେ ଲୁଟ କରିବା ସହ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ଘଟଣା ପ୍ରତିଦିନ ବିଭିନ୍ନ ପୋଲିସ ଥାନା ଓ ସାଇବର ଥାନା ରେ ଅଭିଯୋଗ ହେଉଛି। ସାଇବର ଠକ ଓ ଅପରାଧ କୁ ନିୟନ୍ତ୍ରଣ କରିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ କୋକସରା ସଦର ଡିଗ୍ରୀ ମହାବିଦ୍ୟାଳୟ ରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା।ଡିଗ୍ରୀ କଲେଜ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଇବର ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା, ଘୁମୁରା ଗୁରୁ ହିରାଲାଲ ସରାଫ, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଇବର ଅପରାଧ ରୁ ସୁରକ୍ଷା ପାଇଁ ସଚେତନତା ହିଁ ଏକମାତ୍ର ମୂଳମନ୍ତ୍ର ବୋଳି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପଥପ୍ରାନ୍ତ ନାଟକ ଜରିଆରେ ସାଇବର ଅପରାଧ ର ବିଭିନ୍ନ ଦିଗ ପ୍ରତି ସଚେତନ କରିଥିଲେ। ପରେ ଅତିଥିମାନେ ମାନପତ୍ର ଦେଇ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ କୁ ଅଧ୍ୟାପକ ସୁବ୍ରତ କୁମାର ବେହେରା,ଯୁବ ସାମ୍ବାଦିକ କିଶନ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

