ଭାରତର ଦାନବୀର; ଅମ୍ବାନୀ ଓ ଆଦାନୀଙ୍କୁ ପଛରେ ପକାଇଲେ..
ନୂଆଦିଲ୍ଲୀ: ଦାନ କରିବାରେ ଅମ୍ବାନୀ ଓ ଆଦାନୀଙ୍କୁ ମଧ୍ୟ ପଛରେ ପକାଇଛନ୍ତି ଏହି ବ୍ୟକ୍ତି। ଭାରତର ବଡ଼ ବଡ଼ ଧନୀ ବ୍ୟକ୍ତିମାନେ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଚଳିତବର୍ଷ ଦାନ କ୍ଷେତ୍ରରେ ଏଚ୍ସିଏଲ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ଶିବ ନାଦର। ହୁରୁନ୍ ଇଣ୍ଡିଆ ଫିଲାନ୍ଥ୍ରୋପି ଲିଷ୍ଟ୍ ୨୦୨୫ରୁ ଏହା ଜଣାଯାଇଛି। ଏହି ତାଲିକାରେ ୧୯୧ ଜଣ ଧନୀ ବ୍ୟକ୍ତି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମ ଥର ପାଇଁ ରହିଛନ୍ତି।
ଗତ ୩ ବର୍ଷ ମଧ୍ୟରେ ଭାରତର ଏଭଳି ପରୋପକାରୀ ଧନୀ ବ୍ୟକ୍ତିଙ୍କ ମୋଟ ଦାନରାଶିରେ ୮୫ ପ୍ରତିଶତ ବୃଦ୍ଧି ଘଟିଛି। ଭାରତର ବଡ଼ ବଡ଼ ଧନୀ ବ୍ୟକ୍ତିମାନେ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଚଳିତ ବର୍ଷ ଦାନ କ୍ଷେତ୍ରରେ ଏଚ୍ସିଏଲ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ଶିବ ନାଦର ଓ ତାଙ୍କ ପରିବାର ସବୁଠୁ ଆଗରେ ରହିଛନ୍ତି। ସେମାନଙ୍କ ଦାନରାଶି ୨୭୦୮ କୋଟି ଟଙ୍କା ରହିଛି। ଗତ ୫ ବର୍ଷ ମଧ୍ୟରେ ଦାନ ଦେବାରେ ନାଦର ୪ ଥର ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ଶିବ ନାଦରଙ୍କ ପଛକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ରହିଛନ୍ତି। ୨୦୨୫ରେ ସେମାନେ ୬୨୬ କୋଟି ଟଙ୍କା ଦାନ କରିଛନ୍ତି। ବଜାଜ୍ ପରିବାର ମୋଟ ୪୪୬ କୋଟି ଟଙ୍କା ଦାନ କରି ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବବର୍ଷ ତୁଳନାରେ ବଜାଜ୍ ପରିବାରର ଦାନରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି।
ଚତୁର୍ଥ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା ଓ ତାଙ୍କ ପରିବାର ରହିଛନ୍ତି। ବିର୍ଲା ପରିବାରର ମୋଟ ଦାନ ରାଶି ୪୪୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ସେହିପରି ପଞ୍ଚମ ସ୍ଥାନରେ ରହିଛନ୍ତି ଦେଶର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନୀ ଓ ତାଙ୍କ ପରିବାର। ଚଳିତ ବର୍ଷ ଆଦାନୀ ପରିବାର ୩୮୬ କୋଟି ଟଙ୍କା ଦାନ କରିଛନ୍ତି।

