Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ବନ୍ଦେ ମାତରମ୍ ଗୀତ ଗାନ |

କଳାହାଣ୍ଡି,୦୭/୧୧
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟର ସହ ସହ ଛାତ୍ରୀ ମାନଙ୍କୁ ନେଇ ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ କରାଯାଇଥିଲା | ବନ୍ଦେ ମାତରମ୍ ଗୀତକୁ ୧୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଗୀତକୁ ଗାନ କରାଯାଉଥିବା ବେଳେ କିସ୍ ଛାତ୍ରୀ ମାନେ ମଧ୍ୟ ସମୂହ ବନ୍ଦେ ମାତରମ୍ ଗାନ କରିଥିଲେ | କିସ୍ ବିଦ୍ୟାଳୟର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ, ଉପ-ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ପଣ୍ଡା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ଆମର ଜାତୀୟ ଗୀତ ” ବନ୍ଦେ ମାତରମ୍ ” ଗୀତର ରଚନା କରିଥିଲେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ | ଏହି ଗୀତଟି ତାଙ୍କ ଲିଖିତ ” ଆନନ୍ଦ ମଠ ” ପୁସ୍ତକରୁ ସଂଯୋଜିତ ଥିଲା | ଏହି ପ୍ରସିଦ୍ଧ ଗୀତଟି ୧୮୭୫ ସେପ୍ଟେମ୍ବର ୭ ତାରିଖରେ ଲେଖାଯାଇ ୧୮୮୨ ମସିହାରେ ପ୍ରକାଶ ପାଇଥିଲା | ପରିଶେଷରେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଗୀତଟି ଜାତୀୟ ଗୀତ ଭାବରେ ସ୍ୱୀକୃତି ପାଇଥିଲା ବୋଲି ଶ୍ରୀ ପଧାନ ଛାତ୍ରୀ ମାନଙ୍କୁ କହିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ