Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ୧୦ ଜଣଙ୍କ ଜୀବନ ଗଲାଣି …ଏକାଧିକ ଜଣ ଆହତ

ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଗତ କାଲି ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ(Delhi Blast)ରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏସବୁ ଭିତରେ ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି ଦିଲ୍ଲୀ ପୁଲିସ୍‌ କମିଶନର ସତୀଶ ଗୋଲଚା। ତାଙ୍କ କହିବା କଥା ଯେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ହୋଇଥିଲା। ଏଠାରେ ଥିବା ଟ୍ରାଫିକ ପାଖରେ ହିଁ ବିସ୍ଫୋରଣ ହୋଇଛି।

ଟ୍ରାଫିକର ରେଡ ଲାଇଟ(Delhi)ରେ ଗୋଟିଏ କାର(ଆଇ୨୦) ଧୀରେଧୀରେ ଆସି ଅଟକିବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଇଭୋ ଭ୍ୟାନରେ କିଛି ଯାତ୍ରୀ ମଧ୍ୟ ରହିଥିଲେ। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିଲା। ତେଣୁ ବିସ୍ଫୋରଣ ପାଇଁ ବିପୁଳ ପରିମାଣର ଅତ୍ୟାଧୁନିକ ବିସ୍ଫୋରକ ବ୍ୟବହାର କରାଯାଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ