ଝିଅ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ନୂଆ ଯୋଜନା
ନୂଆଦିଲ୍ଲୀ,11।11: କେନ୍ଦ୍ର ସରକାର ଝିଅମାନଙ୍କ ସୁବିଧା ପାଇଁ ଅନେକ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି। ସବୁ ଯୋଜନା ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠାରୁ ଲୋକପ୍ରିୟ। ସେହିପରି କେନ୍ଦ୍ର ସରକାର ମଧ୍ୟ ବାଳିକା ସମୃଦ୍ଧି ଯୋଜନା ଚଳାନ୍ତି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅ ମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିବା, ସେମାନଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବା ଏବଂ ବାଲ୍ୟବିବାହ ଭଳି କୁପ୍ରଥାରୁ ସେମାନଙ୍କୁ ରକ୍ଷା କରିବା।କେନ୍ଦ୍ର ସରକାର ବହୁତ ଦିନ ଧରି “ବେଟି ବଞ୍ଚାଅ, ବେଟି ପଢ଼ାଅ” ଅଭିଯାନ ଚଳାଉଛନ୍ତି। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କର ନିରନ୍ତର ଶିକ୍ଷା ସୁନିଶ୍ଚିତ କରିବା ପାଇଁ ପୂରା ପ୍ରୟାସ କରାଯାଇଛି।
କେନ୍ଦ୍ର ସରକାର ୧୯୯୭ ମସିହାରେ “ବାଲିକା ସମୃଦ୍ଧି ଯୋଜନା” ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସରକାର ଝିଅ ଜନ୍ମ ହେବା ଠାରୁ ତାଙ୍କର ଶିକ୍ଷା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଝିଅ ଜନ୍ମ ହେବା ପରେ ମାଆଙ୍କୁ ପ୍ରସବ ସମୟରେ ୫୦୦ ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯାଏ। ପରବର୍ତ୍ତୀ ସମୟରେ, ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଝିଅର ଶିକ୍ଷା ପାଇଁ ପ୍ରତ୍ୟେକ ପର୍ଯ୍ୟାୟରେ ଏକ ଛୋଟ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି ଯୋଜନା ଅଧୀନରେ କେବଳ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା BPL ପରିବାରମାନେ ଝିଅ ଜନ୍ମ ହେବା ପରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ଅଟନ୍ତି। ଗୋଟିଏ ପରିବାରରେ କେବଳ ଦୁଇଟି ଝିଅ ଏହି ଯୋଜନାରୁ ଉପକୃତ ହୋଇପାରିବେ। କନ୍ୟା ଜନ୍ମ ହେବା ପରେ ମାଆ ମାନଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯାଏ। ତଥାପି ଏହା ପରେ ବିଭିନ୍ନ ସ୍ତରରେ ଶିକ୍ଷା ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ।
ଏହି ଯୋଜନାରେ ପ୍ରଥମରୁ ତୃତୀୟ ଶ୍ରେଣୀ ପାଇଁ ବାର୍ଷିକ 300 ପ୍ରଦାନ କରାଯାଏ। ଚତୁର୍ଥ ଶ୍ରେଣୀ ପାଇଁ ସରକାରଙ୍କ ଦ୍ୱାରା 500 ଟଙ୍କା ପ୍ରଦାନ କରାଯାଏ। ପଞ୍ଚମ ଶ୍ରେଣୀରେ ପାଠପଢ଼ା ପାଇଁ 600 ଟଙ୍କା ପ୍ରଦାନ କରାଯାଏ। ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଇଁ ବାର୍ଷିକ 700 ଟଙ୍କା ପ୍ରଦାନ କରାଯାଏ। ଅଷ୍ଟମ ଶ୍ରେଣୀରେ ପାଠପଢ଼ା ପାଇଁ 800 ଟଙ୍କା ପ୍ରଦାନ କରାଯାଏ। ନବମ ଏବଂ ଦଶମ ଶ୍ରେଣୀ ପାଇଁ ବାର୍ଷିକ 1000 ଟଙ୍କା ପ୍ରଦାନ କରାଯାଏ। ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଗୁଡିକ ହେଉଛି, ଝିଅର ଆଧାର କାର୍ଡଜନ୍ମ ପ୍ରମାଣପତ୍ର ପିତାମାତାଙ୍କ ଆଧାର କାର୍ଡରାସନ କାର୍ଡଘର ପ୍ରମାଣପତ୍ର ପାସପୋର୍ଟ ଆକାରର ଫଟୋ ଆୟ ପ୍ରମାଣପତ୍ର ବ୍ୟାଙ୍କ ପାସବୁକ୍ ବିବରଣୀ, ଇତ୍ୟାଦି ଦାରିଦ୍ର୍ୟ ସୀମାରେଖା ଅଧୀନରେ ଆସୁଥିବା ପରିବାର (BPL) ଅନୁସାରେ ଝିଅର ବୟସ ୧୮ ବର୍ଷରୁ କମ୍ ହେବା ଉଚିତ।
ପରିବାର ପାଖରେ ଝିଅର ଜନ୍ମ ପ୍ରମାଣପତ୍ର ରହିବା ଆବଶ୍ୟକ। ତେବେ ଏଥିପାଇଁ ଆପଣଙ୍କ ନିକଟତମ ଅଙ୍ଗନୱାଡି କେନ୍ଦ୍ରରୁ ବ୍ଲକ ଉନ୍ନୟନ କାର୍ଯ୍ୟାଳୟ, କିମ୍ବା ମହିଳା ଓ ଶିଶୁ ବିକାଶ ବିଭାଗରୁ ଏକ ଫର୍ମ ଆଣିବାକୁ ପଡିବ। ତା’ପରେ, ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଏକାଠି କରନ୍ତୁ। ଏବଂ ଆବେଦନ କରିପାରିବେ।

