Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜନ୍ମୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସ୍ମାରକ ସମ୍ମାନ ପ୍ରଦାନ ସମାରୋହ

ବାଲିଗୁଡା,ତା, ୧୧/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ, ଜମୁନାଲାଲ୍ ବଜାଜ୍ ସମ୍ମାନ ବିଜୟୀ, ଭୂ ସତ୍ୟାଗ୍ରହୀ ଓ କୋରାପୁଟିଆ ଗାନ୍ଧୀ ଭାବେ ବେଶ ପରିଚିତ ଥିବା ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷ ରୁ ସମଗ୍ର ସହରରେ ରାମଧୁନ ପରିବେଷଣ ଓ ପରେ ପରେ ସମିତି ପରିସରରେ ବୈତାଳିକ ପ୍ରାର୍ଥନା, ବୈତାଳିକ ଓ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ, ଆଜ୍ଞାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ଏକ ସାଧାରଣ ସଭା ଏବଂ ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୂବନେଶ୍ଵର ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଭୁବନେଶ୍ଵରରୁ ପ୍ରକାଶିତ ଦୈନିକ ଖବରକାଗଜ “ପ୍ରଗତିବାଦୀ” ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରଜତ ଦିଗାଳ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଶ୍ମିତା କରନ୍ , ମୁଖ୍ୟବକ୍ତା ଭାବେ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜ୍ଞା ଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ସମିତିର ସହ-ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ l ସମିତିର ସଭାପତି ଲାଲ୍‌ନନ୍ଦ ପ୍ରଧାନ ନିଜର ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ବିଭିନ୍ନ ସେବା ସମ୍ମାନ” ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ l ଏଥିରେ ” ୧୩ ତମ ଆଜ୍ଞା ସେବା ସମ୍ମାନ” ଜୟପୁର, କୋରାପୁଟ ଅଞ୍ଚଳ ର ବରିଷ୍ଠ ସମାଜସେବୀ ସୁବାସ ଚନ୍ଦ୍ର ମିଶ୍ର ଙ୍କୁ ୨୫,୦୦୦/-ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବେଳେ “୨୦ ତମ ଆଚାର୍ଯ୍ୟ ହରିହର- ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ” କୋରାପୁଟ, ସିମିଳିଗୁଡ଼ା ଅଞ୍ଚଳ ର ବରିଷ୍ଠ ସମାଜସେବୀ କୃଷ୍ଣ ସିଂ ଙ୍କୁ ଟ. ୨୫୦୦୦/-, ଉତ୍ତରୀୟ ଓ ମାନପ‌ତ୍ର ଏବଂ ” ୨୦ ତମ ମା’ ରମାଦେବୀ- ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ” ଭୁବନେଶ୍ୱରର ସୁଶ୍ରୀ ନମ୍ରତା ଚଢ଼ା ଙ୍କୁ ଟ.୨୫୦୦୦/-.ସହ ଉତ୍ତରୀୟ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା l ମୁଖ୍ୟ ଅତିଥିଙ୍କ ଦ୍ବାରା ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ସ୍ମରଣିକା “ପ୍ରଜ୍ଞା ପୁରୁଷ ଆଜ୍ଞା “କୁ ଉନ୍ମୋଚନ କରାଯାଇଥିଲା l ୨୦୨୫ ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ରୀ ପ୍ରାଚି କୁମାରୀ ଙ୍କୁ ନଗଦ ୫୦୦୦ ଟଙ୍କା ଓ ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ସମିତିର ଛାତ୍ରଛାତ୍ରୀ ମାନେ ସ୍ୱାଗତ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ l ଅପରାହ୍ନରେ ସର୍ବଧର୍ମ ପ୍ରାର୍ଥନା ସହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ବିଶ୍ବଜିତ ଜେନା, ଖଗେନ୍ଦ୍ର ନାୟକ, ସୁଶ୍ରୀ ଅପର୍ଣ୍ଣା ବେହେରା, ରୋହିତ ମହାରଣା, ସୁଜିତ ଦିଗାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିବା ବେଳେ ବିଶ୍ବଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ