Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ଫୋରଣର ଲେଡି ଟେରୋରିଷ୍ଟ!

ନୂଆଦିଲ୍ଲୀ: ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଡାକ୍ତର ଶାହିନ ପ୍ରୟାଗରାଜର ମୋତିଲାଲ ନେହେରୁ ସରକାରୀ ମେଡିକାଲ କଲେଜରେ MBBS ପଢିଥିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ତେବେ ସେ ୧୯୯୬ ମସିହାର MBBS ବ୍ୟାଚରେ ନାମ ଲେଖାଇଥିଲେ ଓ ୨୦୦୨ରେ ସେ ତାଙ୍କର ପାଠ୍ୟକ୍ରମ ଏବଂ ଇଣ୍ଟର୍ନସିପ୍ ସମାପ୍ତ କରିଥିଲେ।ସେ କଲେଜ କ୍ୟାମ୍ପସରେ ଥିବା ବାଳିକା ହଷ୍ଟେଲରେ ରହୁଥିଲେ ଓ କାହା ସହିତ ବେଶୀ ମିଳାମିଶା ମଧ୍ୟ କରୁନଥିଲେ।MBBS ସମାପ୍ତ କରିବା ପରେ ସେ ଫାର୍ମାକୋଲୋଜିରେ MD ଡିଗ୍ରୀ ମଧ୍ୟ ହାସଲ କରିଥିଲେ।

୨୦୦୬-୦୭ମସିହାରେ ତାଙ୍କୁ ଉତ୍ତର ପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା କାନପୁର ନଗରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜ (GSVM) ରେ ସହାୟକ ପ୍ରଫେସର ପଦବୀରେ ନିଯୁକ୍ତ କରାଯାଇଥିଲା।ପରେ ୨୦୦୯-୧୦ ମସିହାରେ ତାଙ୍କୁ କନୌଜ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେ ୨୦୧୩ ମସିହାରେ କାନପୁର ମେଡିକାଲ କଲେଜକୁ ପୁଣି ଫେରି ଆସିଥିଲେ। ସେ କାନପୁର ଫେରିବା ପରଠାରୁ କିଛି ଦେଶଦ୍ରୋହି ମାନଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସନ୍ଦେହ କରାଯାଉଥିଲା।

ତେବେ ସେ ତାଙ୍କ କର୍ଯ୍ୟକ୍ଷେତ୍ରରେ ବାରମ୍ବାର ଅନୁପସ୍ଥିତି ରହିବା ଯୋଗୁଁ, ସରକାର ୨୦୨୧ ମସିହାରେ ତାଙ୍କର ସେବା ସମାପ୍ତ କରିଥିଲେ। ସୟଦ ଅହମ୍ମଦ ଅନସାରୀଙ୍କ ଝିଅ, ଡକ୍ଟର ଶାହିନ ଲକ୍ଷ୍ନୌର ବାସିନ୍ଦା ବୋଲି ଜଣା ପଡ଼ିଛି ଓ ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ