Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ଖଡ଼ିଆଳ : ନୂଆପଡ଼ା ଜିଲାରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡ଼ିଓ ମାଧମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ। ଜବରଦସ୍ତି କାମ କରାଇବା ସହ ମନା କଲେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛିl ଆଜି ହରି ମାଝୀ ନାମକ ଜଣେ ବୟସ୍କ ଶ୍ରମିକଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ହରି ମାଝୀ l ନୂଆପଡା ଜିଲା ବୋଡେ଼ନ ଓ କୋମନା ବ୍ଲକର ୪୫ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ମାଛରଲାରେ ଆଜିକୁ ୬ମାସ ହେଲା ଇଟା ଭାଟିରେ କାମ କରୁଛନ୍ତି lକୋମନା ବ୍ଲକ କାମକେଡା ଗାଁ ର ଦାଦନ ଦଲାଲ ଭଗବାନ ତାଣ୍ଡି ପ୍ରତି ଶ୍ରମିକଙ୍କୁ ଚାଳିଶ ହଜାର ଟଙ୍କା ଦେଇ କାମ କରିବାକୁ ନେଇଥିଲେ। ଛଅ ମାସ ପୁରି ଯାଇଥିବାରୁ ସେମାନଙ୍କୁ ଛାଡି ଦେବାକୁ ଶ୍ରମିକ ମାନେ କହିବାରୁ ଟଙ୍କା ଅନୁସାରେ କାମ ସରିନାହିଁ ଓ ଆହୁରି ଅନେକ ଦିନ କାମ କର, ନତୁବା ଟଙ୍କା ଦେଇ ଦିଅ ବୋଲି ସର୍ଦ୍ଦାର କହୁଛନ୍ତି ବୋଲି ଶ୍ରମିକ ମାନେ କହୁଛନ୍ତି। ଏନେଇ ଦଲାଲ ଭଗବାନଙ୍କୁ ଶ୍ରମିକ ମାନେ ଯୋଗାଯୋଗ କରିବାରୁ ଟଙ୍କା ଫେରାଇ ଦିଅ ବୋଲି କହୁଥିବା ଶ୍ରମିକ ମାନେ କହିଛନ୍ତି। ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଭିଡିଓ ମାଧ୍ୟମରେ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୀଘ୍ର ଉଦ୍ଧାର ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।