Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ଫୋରଣ ଘଟଣା, ତଦନ୍ତ କରିବାକୁ ଭାରତ ଏକା ସକ୍ଷମ ଆମର ସାହାଯ୍ୟର ଆବଶ୍ୟକତା ନାହିଁ: ମାର୍କୋ ରୁବିଓ

ନୂଆଦିଲ୍ଲୀ,13।11: ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ, ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି। ଭାରତ ସରକାର ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟକଳାପ ଆକ୍ରମଣ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ ଭାବରେ ଆତଙ୍କବାଦୀ କାର୍ଯ୍ୟକଳାପ ଆକ୍ରମଣ ବୋଲି ଘୋଷଣା କରିଛନ୍ତି। ସେ ତଦନ୍ତ ପ୍ରତି ଭାରତର ନେଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ, ଭାରତୀୟମାନଙ୍କୁ ପ୍ରଶଂସା କରାଯିବା ଉଚିତ୍। ସେମାନେ ଏହି ତଦନ୍ତକୁ ଦୃଢତା ଏବଂ ସତର୍କତାର ସହିତ ସମାଧାନ କରୁଛନ୍ତି। ତଦନ୍ତ ଚାଲିଛି। ଏହା ସ୍ପଷ୍ଟ ଭାବରେ ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ଏଥିରେ କୌଣସି ସନ୍ଦେହ ନାହିଁ । ଏହା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ କାର୍ ଥିଲା ଯାହା ବିସ୍ଫୋରଣ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁଛି ଭାରତ ଏହି ଘଟଣାର ପୂରା ତଦନ୍ତ କରୁଛି, ଏବଂ ମୁଁ ଭାବୁଛି ଯେତେବେଳେ ସେମାନଙ୍କ ପାଖରେ ତଥ୍ୟ ଆସିବ, ସେମାନେ ସେଗୁଡ଼ିକୁ ପ୍ରକାଶ କରିବେ।

ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ ବିସ୍ଫୋରଣ ବିଷୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ରୁବିଓ କହିଛନ୍ତି ଯେ, ଭାରତ ନିଜେ ଏହି ଘଟଣାର ସମ୍ମୁ୍ମୁଖୀନ କରିବାକୁ ପୁରାପୁରି ସକ୍ଷମ ଏବଂ ଏଥିପାଇଁ ଆମେରିକାର ସହାୟତା ଆବଶ୍ୟକ ପଡିବ ନାହିଁ।”ଆମେ ତଦନ୍ତର ସ୍ପଷ୍ଟ ତଥ୍ୟକୁ ଅପେକ୍ଷା କରିଛୁ। ଆମେ ଆମର ସହାୟତା ପ୍ରଦାନ କରିଛୁ, କିନ୍ତୁ ମୁଁ ଭାବୁଛି ସେମାନେ ଏହି ତଦନ୍ତ ପାଇଁ ବହୁତ ସକ୍ଷମ। ସେମାନଙ୍କୁ ଆମର ସାହାଯ୍ୟର ଆବଶ୍ୟକତା ନାହିଁ, ଏବଂ ଭାରତ ଏକ ମହାନ କାମ କରୁଛନ୍ତି ବୋଲି ମାର୍କୋ ରୁବିଓ କହିଛନ୍ତି।

କାନାଡାର ନିଆଗାରାରେ ଅନୁଷ୍ଠିତ G-7 ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅବସରରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ସଚିବ ରୁବିଓଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କ ଆଲୋଚନା ସମୟରେ ରୁବିଓ ସମ୍ପ୍ରତି ଦିଲ୍ଲୀ ବିସ୍ଫୋରଣର ମୃତ ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇ ଥିଲେ। ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଶ୍ୱ ସ୍ତରୀୟ ସମ୍ପର୍କିତ ଆଲୋଚନା ମଧ୍ୟ ହୋଇଥିଲା। ବିସ୍ଫୋରଣ ପରେ ପ୍ରାଥମିକ ତଦନ୍ତରୁ ଏକ ଆତଙ୍କବାଦୀ ନେଟୱାର୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଛି। ତଦନ୍ତ ଏଜେନ୍ସିଗୁଡ଼ିକ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ (JeM) ଏବଂ ଅନସାର ଘଜୱାତ-ଉଲ-ହିନ୍ଦ (AGH) ସହିତ ଲିଙ୍କ୍ ର ସୂଚନା ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ