Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ଫୋରଣ ପଛରେ ବାବ୍ରି ମସଜିଦ ଲିଙ୍କ!

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣକୁ ସରକାର “ଆତଙ୍କବାଦୀ ଘଟଣା” ବୋଲି ବର୍ଣ୍ଣନା କରିଛନ୍ତି। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ DNA ପରୀକ୍ଷାରେ ଉମରଙ୍କ ମୃତ୍ୟୁ ପ୍ରମାଣିତ ହୋଇଛି। ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ ବିସ୍ଫୋରକ ଭର୍ତ୍ତି କାର ଚଳାଉଥିବା ଡାକ୍ତର ଉମର ନବି ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗାଯିବାର ବାର୍ଷିକୀରେ ଏକ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସେମାନେ ପ୍ରତିଶୋଧ ନେବାକୁ ଏଭଳି କରିଥିବା ଜଣାପଡ଼ିଛି।

ଏପରିକି ଏହି ଦିନ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ୩୨ଟି କାର୍ (ଯେଉଁଥିରେ i20, Brezza, Swift Dzire ଓ EcoSport ସାମିଲ) ବ୍ୟବହାର କରିବାକୁ ଯୋଜନା କରିଥିଲେ।

ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣର ତଦନ୍ତ କରୁଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଉମର ଏବଂ ଅନ୍ୟ ଜଣେ ପ୍ରମୁଖ ସନ୍ଦିଗ୍ଧ ଡାକ୍ତର ମୁଜାମ୍ମିଲ ଗଣାଇ ୨୦୨୧ରେ ତୁର୍କୀ ଗସ୍ତ ସମୟରେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (JeM) ର କର୍ମୀଙ୍କ ସହ ସାକ୍ଷାତ କରିଥିଲେ।

ଉମର ନବି ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗାଯିବାର ବାର୍ଷିକୀରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଯୋଜନା କରିଥିଲେ। ଗିରଫ ହୋଇଥିବା ଆଠ ଜଣଙ୍କୁ ପଚରାଉଚରା କରିବା ଏବଂ ସେମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀଙ୍କ ସହିତ ଜେରା ପରେ ତାଙ୍କ ଯୋଜନାର ବିବରଣୀ ପ୍ରକାଶ ପାଇଥିଲା। ତେବେ ହରିୟାଣାର ଫରିଦାବାଦରେ ଥିବା ‘ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିଲା। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ