Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖଡ଼ିଆଳ : ନୂଆପଡା ଜିଲା ବ୍ୟାଡମିଣ୍ଟନ ଏସୋସିଏସନ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ ରେଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୯ ତାରିଖ ଠାରୁ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଖେଳ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସର ଖେଳରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଖଡ଼ିଆଳ ଅତିରିକ୍ତ ତହସିଲଦାର ଜୟସନ ଧରୁଆ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ତିମ ଦିନର ଖେଳରେ ୫ ଗୋଟି ବିଭାଗର ପୁରୁଷ ସିଙ୍ଗଲ, ପୁରୁଷ ଡବଲ, ମହିଳା ସିଙ୍ଗଲ ,ମହିଳା ଡବଲ ,ମିକ୍ସ ଡବଲ ଅନୁଷ୍ଠିତ ହୋଇଥିଲା । ପୁରୁଷ ବିଭାଗ ସିଙ୍ଗଲ ବିଭାଗରେ ତସିଫ ଖାନ ସମ୍ବଲପୁରର ବିଜେତା ହୋଇଥିବା ବେଳେ ଆର୍ଯ୍ୟ ମାଝୀ ବାଲେଶ୍ୱରର ରନର୍ସ ଅଫ ହୋଇଥିଲେ । ସେହିପରି ପୁରୁଷ ଡବଲ ବିଭାଗରେ ତସୀଫ ଖାନ ସମ୍ବଲପୁର, ଅମୀୟ ନାୟକ ବାଲେଶ୍ବର ବିଜେତା ହୋଇଥିବା ବେଳେ ରନର୍ସ ଅଫ ଅର୍ପିତ ପଣ୍ଡା କଳାହାଣ୍ଡି ,କୃଷ୍ଣ ସେଓଦା ବରଗଡ଼ ରନର୍ସ ଅଫ ହୋଇଥିଲେ । ସେହିପରି ମହିଳା ବିଭାଗରେ ମହିଳା ସିଙ୍ଗଲରେ ହର୍ଶିତା ରାଉତ ଖୋର୍ଦ୍ଧା ବିଜେତା ହୋଇଥିବା ବେଲେ ରନର୍ସ ଅଫ ଗୀତାଶ୍ରୀ ଦେ ସୁନ୍ଦରଗଡ ରନର୍ସ ଅଫ ହୋଇଥିଲେ । ମହିଳା ଡବଲ ବିଭାଗରେ ପ୍ରଗତି ପରିଡା ଜୟପୁର, ବିଶାଖା ଟପୋ ସୁନ୍ଦରଗଡ ବିଜେତା ହୋଇଥିଲେ । ଇସାନି ସାହୁ, ଅମିତା ଘୋଷ ସମ୍ବଲପୁର ରନର୍ସ ଅଫ ହୋଇଥିଲେ । ମିକ୍ସ ଡବଲ ବିଭାଗରେ ଆର୍ଯ୍ୟ ମାଝୀ ବାଲେଶ୍ବର, ହର୍ଶିତା ରାଉତ ଖୋର୍ଦ୍ଧା ବିଜେତା ହୋଇଥିବା ବେଳେ ଅର୍ପିତା ପଣ୍ଡା, ଅସ୍ୱୀକା ମିଶ୍ର ସମ୍ବଲପୁର ରନର୍ସ ଅଫ ହୋଇଥିଲେ । ଖେଳ ପରିଚାଳନାରେ ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନର ମାନ୍ୟତାପ୍ରାପ୍ତ ଆମ୍ପାୟାର ମାନେ ଖେଳ ପରିଚାଳନା କତିଥିବା ବେଳେ ମୁଖ୍ୟ ଅମ୍ପାୟାର ଭାବେ ଲକ୍ଷପତି ନନ୍ଦ ସମସ୍ତ ମ୍ୟାଚକୁ ପରିଚାଳନା କରିଥିଲେ । ନୂଆପଡା ଜିଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ , ସମ୍ପାଦକ ଅଙ୍କିତ କୁମାର ସାହୁ, ଅରଗାନାଇଜ ସମ୍ପାଦକ ସୁଦୀପ୍ତ କୁମାର ବିଶୋଇ, ଟୁର୍ଣ୍ଣମେଣ୍ଟ କୋ ଅଦିନେଟର ପ୍ରଭଞ୍ଜନ ସେଠି, ଅକ୍ଷୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ଡକ୍ଟର ସରୋଜ କୁମାର ପଣ୍ଡା, ଦୁର୍ବା ରଞ୍ଜନ ଖମାରୀ, ଜିଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ରାଜାଏଟି ହାଇସ୍କୁଲର କ୍ରୀଡା ଶିକ୍ଷକ ରତନ ସିଂ ବାରିକ, ପ୍ରସନ୍ନ ମହାନା, କିରଣ ଧରୁଆ, ବିଶ୍ୱଜିତ ପାଢ଼ୀ ଗତ ତିନିଦିନ ହେଲା ସହଯୋଗ କରିଥିଲେ ।