Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିକ୍ସାବାଲାର ୩ହଜାର ପ୍ରେମିକା , ଅଧିକାଂଶ ହାଇପ୍ରୋଫାଇଲ ଯୁବତୀ

ଘଟଣା ଉତ୍ତରପ୍ରଦେଶ ବରେଲିର । ଯେଉଁଠି ଜଣେ ରିକ୍ସାବାଲା ୩୦ ହଜାରରୁ ଅଧିକ ଝିଅଙ୍କୁ ନିଜ ପ୍ରେମ ଜାଲରେ ପକାଇ ରୋମାନ୍ସ କରୁଥିଲା । ରିକ୍ସାବାଲା ଏମିତି ଫିକର କରିଥିଲା ଯେ ହାଇପ୍ରୋଫାଇଲ ଝିଅ ତା’ର ପ୍ରେମ ଜାଲରେ ପଡ଼ିଯାଉଥିଲେ ଆଉ ନିଜଆଡ଼ୁ ତାକୁ ନିଜର ଆପତ୍ତିଜନକ ଫଟୋ ପଠାଉଥିଲେ । ସୂଚନା ମୁତାବକ, ବରେଲିର ବାସିନ୍ଦା ଜାଭେଦ୍ ରିକ୍ସା ଚଲାଉଥିଲା । ହେଲେ ଫେସବୁକରେ ଫେକ୍ ଆଇଡି କରି ନିଜକୁ ଆଇପିଏସ୍ ନୁରୁଲ ହାସନ ବୋଲି ପରିଚୟ ଦେଉଥିଲା । ଏହାପରେ ହଜାର ହଜାର ଝିଅ ଫେସବୁକରେ ହିଁ ତା ସହ ବନ୍ଧୁତା କରିଥିଲେ ।

ସେଥିରୁ ଅନେକ ଝିଅଙ୍କୁ ସେ ନିଜ ପ୍ରେମ ଜାଲରେ ଫସାଇଥିଲା । ସେ କେବଳ ଜେଗାଟିଏ ଫେକ୍ ଆଇଡିରେ ନୁହେଁ ବରଂ ଅକାଧିକ ଫେକ୍ ଆଇଡି କରି ଝିଅଙ୍କୁ ଫସାଉଥିଲା । କିନ୍ତୁ ଆଇପିଏସ୍ ନୁରୁଲ ହାସନ ନାଁରେ ଫେକ୍ ଆଇଡି ବନାଇବା ପରେ ଝିଅଙ୍କ ଲାଇନ୍ ଲାଗିଥିଲା । ହେଲେ ଜାଣିନଥିଲା ତାକୁ ଏ ଫେକ୍ ଆଇଡି ଭାରି ପଡ଼ିବ ବୋଲି । କାରଣ ଏଇ ନାଁରେ ପ୍ରକୃତରେ ଜଣେ ଆଇପିଏସ୍ ଥିଲେ । ଯିଏ ଏହି ଫେକ୍ ଆଇଡି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ଖୋଳତାଡ କରିଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ସତ ବାହାରିଲା ହେଲେ ସତ ଜାଣି ପୁଲିସ ବି ତାଜୁବ୍ ହୋଇଗଲେ ।

ରିକ୍ସାବାଲା ଆଇପିଏସଙ୍କ ନାଁରେ ଆଇଡି ବନାଇ ନର୍ସଙ୍କଠାରୁ ଆରମ୍ଭ କରି ମହିଳା ଓକିଲଙ୍କ ପରି ହାଇପ୍ରୋଫାଇଲ ମହିଳାଙ୍କ ସହ ବନ୍ଧୁତା କରୁଥିଲେ । ଏଥିରେ ଅଶ୍ଳିଳ ଚାଟିଂ ବି କରୁଥିଲେ । ଝିଅମାନେ ବି ନିଜ ଆଡ଼ୁ ନ୍ୟୁଡ୍ ଫଟୋ ପଠାଉଥିଲେ । ଜେରା ସମୟରେ ରିକ୍ସାବାଲା ଜାଭେଦ୍ ପୁଲିସକୁ କହିଥିଲା, ତାକୁ ଏସବୁ କରିବାରେ ଖୁବ୍ ମଜା ଲାଗୁଥିଲା। ହେଲେ ଜାଣିନଥିଲା ଏମିତି ଧରାପଡ଼ିଯିବ ବୋଲି । କହିଥିଲା, ଘରେ ତା’ର ଆଉ ଏକ ଫୋନ ରଖିଛି । ଯେଉଁଥିରେ ଅନେକ ଭିଡଓ ଓ କଲ୍ ରିକେର୍ଡ ଅଛି । ୫୨ ବର୍ଷୀୟ ଜାଭେଦ୍ ହାଇ ହାଇସ୍କୁଲ ଫେଲ୍ କିନ୍ତୁ ଟିକେ ଟିକେ ଇଂଲିସ୍ ତାକୁ ଜଣାଥିଲା ଯାହା ସେ ମେସେଜ ଲେଖିବାରେ ବ୍ୟବହାର କରୁଥିଲା । କିଛି ଝିଅଙ୍କୁ ତ ବିବାହ ପାଇଁ ବି କହିସାରିଥିଲା । ମେସଜେରେ ଆଇଲଭ୍ ୟୁ ମେସଜ୍ ପଠାଉଥିଲା ଆଉ ଝିଅମାନେ ବି ଲଭ୍ ୟୁ ଇମୋଜି ପଠାଇବାରେ କମି କରୁନଥିଲେ । ତେଣୁ ହୁସିଆର । ଜମା ସୋସିଆଲ ମିଡିଆରେ ପ୍ରେମରେ ପଡ଼ିବା କଥା ଚିନ୍ତା ବି କରନ୍ତୁନି । ନଚେତ୍ ତା’ ପରର ପରିଣାମ ଯାହାହେବ ସେଥିରେ କେହି ପିଠିରେ ପଡ଼ିବେନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ