Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ ୪ ମୃତ; ଡାକ୍ତର, ନର୍ସ, ଶିଶୁର ବାପା ଓ ନବଜାତ ଶିଶୁ ଥିବା ସୂଚନା

ଅହମଦାବାଦ,୧୮|୧୧: ସୋମବାର ସନ୍ଧ୍ୟାରେ ଗୁଜରାଟର ଅରବଲ୍ଲୀ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି | ଅହମଦାବାଦ ନିକଟସ୍ଥ ଅରବଲ୍ଲୀରେ ରୋଗୀକୁ ନେଇଯାଉଥିବା ଆମ୍ବୁଲାନ୍ସରେ ଅଚାନକ ନିଆଁ ଲାଗିଯାଇଥିଲା | ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା | ମୃତକଙ୍କ ମଧ୍ୟ‌ରେ ଡାକ୍ତର, ନର୍ସ, ଶିଶୁର ବାପା ଓ ନବଜାତ ଶିଶୁ ରହିଛନ୍ତି । ରୋଗୀଙ୍କୁ ନେଇ ଯାଉଥିବା ସମୟରେ ଜଳିଗଲା ଆମ୍ବୁଲାନ୍ସ। ଭିତରେ ଥିବା ଲୋକେ ସମ୍ପୂର୍ଣ୍ଣ ଭାବେ ଜଳିଗଲେ । ମୋଡାସାର ରାଣାସାୟଦ ନିକଟସ୍ଥ ଛକରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାରେ ଆମ୍ବୁଲାନ୍ସରେ ଥିବା‌ ଡାକ୍ତର, ନର୍ସ, ଶିଶୁର ବାପା ସମେତ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା | କୌଣସି ପ୍ରକାର ଉଦ୍ଧାର କାର୍ଯ୍ୟ ପୂର୍ବରୁ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା |

ସୂଚନା ଅନୁସାରେ, ଅହମଦାବାଦର ଅରେଞ୍ଜ ହସ୍ପିଟାଲରେ ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ନବଜାତ ଶିଶୁକୁ ଆମ୍ବୁଲାନ୍ସ ଦ୍ୱାରା ଅହମଦାବାଦକୁ ମୁଖ୍ୟ ହସ୍ପିଟାଲକୁ ନିଆଯାଉଥିଲା। ଆମ୍ବୁଲାନ୍ସଟି ମୋଡାସା ଦେଇ ଯାଉଥିବା ସମୟରେ ହଠାତ୍ ଗାଡ଼ି ଭିତରେ କୌଣସି କାରଣରୁ ଭୟଙ୍କର ନିଆଁ ଲାଗିଥିଲା। ଡ୍ରାଇଭର ଏବଂ ଆଗ ସିଟରେ ବସିଥିବା ଶିଶୁର ଜଣେ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଥିଲେ ବି ପଛ ଭାଗ ନିଆଁରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଯାହା ଫଳରେ ପଛରେ ବସିଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ରିପୋର୍ଟ ଅନୁସାରେ, ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ବିଷୟରେ ମୋଡାସା ମ୍ୟୁନିସିପାଲିଟି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିପାରିଥିଲା। ଏବେ ସ୍ଥାନୀୟ ପୁଲିସ ଅନ୍ୟ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଭୟଙ୍କର ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପେଟ୍ରୋଲ ପମ୍ପ ନିକଟରେ ଆମ୍ବୁଲାନ୍ସଟି ଜଳୁଥିବାର ସମ୍ପୂର୍ଣ୍ଣ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ