Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନ ସାଗରଙ୍କ ବାର୍ଷିକ ଆୟ ପ୍ରାୟ ୧୦ରୁ୧୨ କୋଟି ଟଙ୍କା

ଭୁବନେଶ୍ୱର;୧୯|୧୧: ହ୍ୟୁମାନଙ୍କ ଦେହାନ୍ତ ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି | ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଓଲିଉଡର କଣ୍ଠଶିଳ୍ପୀ, ଅଭିନେତା ଓ ତାଙ୍କ ସହ କାମ କରୁଥିବା ଲୋକମାନେ ଏମ୍ସକୁ ଆସିଥିଲେ। ପରେ ପାର୍ଥିବ ଶରୀରକୁ କଟକସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା | ତାଙ୍କର ଶେଷକୃତ୍ୟ ଟିଟିଲାଗଡରେ ସମ୍ପନ୍ନ ହୋଇଛି | ତେବେ ଏବେ ପ୍ରଶ୍ନ ଉଠୁଛି ଯେ ହ୍ୟୁମାନ ସାଗର ତାଙ୍କ ଜୀବନକାଳ ମଧ୍ୟରେ କେତେ ଟଙ୍କା ରୋଜଗାର କରିଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ସେ କେତେ ସମ୍ପତି ଛାଡିକି ଯାଇଛନ୍ତି ? ଆସନ୍ତୁ ଜାଣିବା…..

ତଥ୍ୟ ଅନୁଯାୟୀ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବାର୍ଷିକ ଆୟ ପ୍ରାୟ ୧୦ରୁ୧୨ କୋଟି ଟଙ୍କା ଥିଲା । କିଛି ଜାତୀୟ ଗଣମାଧ୍ୟମରେ ତାଙ୍କ ବାର୍ଷିକ ଆୟ ୮ରୁ୧୦ କୋଟି ଟଙ୍କା ଥିବା ନେଇ ମଧ୍ୟ ସୂଚନା ମିଳିଛି । ହ୍ୟୁମାନ ସାଗର ଗୋଟିଏ ଗୋଟିଏ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ ୨ରୁ ୩ ଲକ୍ଷ ଟଙ୍କା ନେଉଥିଲେ । ସେହିଭଳି ଗୋଟିଏ ନୂଆ ଗୀତ ଗାଇବା ପାଇଁ ୮ରୁ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। କେବଳ ସେତିକି ନୁହେଁ ୟୁଟ୍ୟୁବ, ବିଭିନ୍ନ ବିଜ୍ଞାପନ ପାଇଁ ମଧ୍ୟ ଭଲ ଟଙ୍କା ରୋଜଗାର କରୁଥିଲେ ହ୍ୟୁମାନ ସାଗର |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ