Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ କୁନ୍ନାକାଡୁ ଗାଁର ଦୁଇ ଝିଅ ସମେତ ୧୨ ଆଦିବାସୀ ପିଲାଙ୍କୁ ଥଇଥାନ କଲେ ବିଡ଼ିଓ ଅନିମେଶ ପ୍ରଧାନ।

କଳାହାଣ୍ଡି,୨୦/୧୧
କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡର ପାଦ ଦେଶରେ ଥିବା କୁନ୍ନାକାଡୁ ଗ୍ରାମର ଦୁଇ ଝିଅ ସମେତ ୧୨ ଆଦିବାସୀ ପିଲାଙ୍କୁ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ ଲାଞ୍ଜିଗଡ଼ର ବିଭିନ୍ନ ଆଦିବାସୀ ହଷ୍ଟେଲ ସ୍କୁଲରେ ଥଇଥାନ କରିଛନ୍ତି।ପୂର୍ବରୁ ଏହି ଦୁଇ ଝିଅ ସମେତ ୧୨ ଜଣ ମଧ୍ୟରୁ କିଛି ପିଲା ତ୍ରିଲୋଚନପୁର ଓ ଖେମୁଣ୍ଡିପଦର ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ୬କିମି ଦୂର ଜଙ୍ଗଲ ରାସ୍ତାରେ ନିୟମିତ ସ୍କୁଲ ଯିବା ସମ୍ଭବ ହେଉନଥିଲା। ଗତ କିଛି ଦିନ ତଳେ ହାତୀ ଆକ୍ରମଣ ରେ ଜଣେ ଶିଶୁ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ହୋଇଥିଲା ଏହା କୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ କୁନ୍ନାକାଡୁ ଗାଁକୁ ପାଦରେ ଚାଲିଚାଲି ଯାଇ ଗାଁ ଲୋକ ଓ ପିଲାଙ୍କ ବାପା ମା’ ଙ୍କ ସହିତ ଆଲୋଚନା କରିବା ପରେ ଦୁଇ ଝିଅ ସମେତ ୧୨ ଜଣ ପିଲାଙ୍କୁ ଆଣି ସେଥି ମଧ୍ୟରୁ ଲାଞ୍ଜିଗଡ଼ ପିଭିଟିଜି ଆଶ୍ରମ ବିଦ୍ୟାଳୟରେ ସମ୍ବରୁ ମାଝୀ, କାଙ୍ଗୁ ମାଝୀ ଓ ମନୁ ମାଝୀଙ୍କୁ ଥଇଥାନ କରିଥିଲେ।ସେହିପରି ଦୁଇ ଗୋଟି ଝିଅ ସାମି ମାଝୀ ଓ ରଙ୍ଗୀ ମାଝୀଙ୍କୁ ବାଣିପଙ୍ଗା ବାଳିକା ଆଶ୍ରମ ସ୍କୁଲରେ ନାମ ଲେଖା ହୋଇଥିଲା।ଅନ୍ୟ ୭ ଜଣ ଲାଞ୍ଜିଗଡ଼ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମାଙ୍କିତ କରିବା ର ଯୋଜନା ହୋଇଛି। ଏହି ପଦକ୍ଷେପ ଗ୍ରାମର ଶିକ୍ଷା ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନେଇଆସିଛି।ଶିକ୍ଷାକୁ ଜୀବନର ସର୍ବୋତ୍କୃଷ୍ଟ ସମ୍ପତ୍ତି ଭାବରେ ଗଣାଯାଏ। କିନ୍ତୁ କଳାହାଣ୍ଡିର ଲାଞ୍ଜିଗଡ ବ୍ଲକ ପରି ଦୁର୍ଗମ ଓ ପଛୁଆ ଅଞ୍ଚଳରେ ଦାରିଦ୍ର୍ୟ, ପରିବହନ ଅସୁବିଧା, ମୌଳିକ ସୁବିଧାର ଅଭାବ, ଓ ସଚେତନତାର ଅଭାବ ଫଳରେ ଅନେକ ଶିଶୁ ବିଦ୍ୟାଳୟରୁ ବଞ୍ଚିତ ହୋଇଥିଲେ।କୁନ୍ନାକାଡୁ ଗାଁର ଏହି ସଫଳ ପଦକ୍ଷେପ ଅନ୍ଧକାରକୁ ଭାଙ୍ଗିଥିବା ଆଲୋକର ଦୀପ ସାବିତ ହୋଇଛି।ଏହି ସଫଳତାରେ ଲାଞ୍ଜିଗଡ଼ ବିଡ଼ିଓ ଦାଇତ୍ଵରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ,କଳାହାଣ୍ଡି ଜିଲ୍ଲା ଆସିଷ୍ଟେଣ୍ଡ ପ୍ରୋଜେକ୍ଟ ମ୍ୟାନେଜର ଅମୂଲ୍ୟ ବଉଲ, ଙ୍କ ଅପରିହାର୍ଯ୍ୟ ଭୂମିକା ଥିଲା। ସେମାନେ ଘରେଘରେ ଯାଇ, ଅଭିଭାବକଙ୍କ ସହିତ ସକ୍ରିୟ ସଂଳାପ କରି ଶିଶୁମାନେ ପୁଣିଥରେ ବିଦ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ