ୟୁଏସ ୟୁନିଫାଏଡ଼ ପ୍ରଚଳନ ଉପରେ ଉଚ୍ଚ ନ୍ୟାୟାଳୟ ଙ୍କ ରହିତାଦେଶ, କୋକସରା ଶିକ୍ଷକ ସଂଘ ପକ୍ଷରୁ ବିଆରସିସି ଙ୍କ ଜରିଆରେ ଚିଠି ପ୍ରଦାନ।
କଳାହାଣ୍ଡି,୨୦/୧୧
ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁଏସ ୟୁନିଫାଏଡ଼ ପ୍ରଚଳନ କୁ ଗୁରୁତ୍ୱ ଦେବାସହ ଅନଲାଇନ ଉପସ୍ଥାନ ଦେବା ବାଧ୍ୟତା ମୂଳକ ବୋଲି ନିର୍ଦେଶ ଗତ କିଛି ମାସ ତଳେ ନିର୍ଦ୍ଦେଶ ଜାରି ହୋଇଅଛି। ଏନେଇ ସରକାର ଙ୍କ ନିର୍ଦ୍ଦେଶ ରେ ଶିକ୍ଷା ବିଭାଗୀୟ ଅଧିକାରୀ ମାନେ ବାରମ୍ବାର ଚାପ ପକାଉ ଥିଲେ।ଏହାଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହେଉଥିଲା କାରଣ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଡିଜିଟାଲ ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦେଇପାରିନାହାଁନ୍ତି । ଏହି ଅନଲାଇନ ଉପସ୍ଥାନ କୁ ବାରମ୍ବାର ବିରୋଧ କରି ଜିଲ୍ଲା ଓ ବ୍ଲକ ର ଶିକ୍ଷା ଅଧିକାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା, ହେଲେ କିଛି ସୁଫଳ ମିଳିପାରିନଥିଲା ।ଏହାକୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇ ୟୁଏସ ୟୁନିଫାଏଡ଼ ପ୍ରଚଳନ ଉପରେ ଆବଶ୍ୟକ ଭିତ୍ତିଭୂମି ପରେ ପ୍ରଚଳନ କରିବା ନେଇ ପକ୍ଷ ରଖିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶିକ୍ଷକ ସଂଘ ର ଅଭିଯୋଗ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଅନ ଲାଇନ ଉପସ୍ଥାନ ପ୍ରଚଳନ ଉପରେ ମଧ୍ୟବର୍ତ୍ତୀ କାଳୀନ ଶୁଣାଣି ରେ ରାୟ ପ୍ରକାଶ ସହ ରହିତାଦେଶ ଜାରି କରିଛନ୍ତି। ଏନେଇ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (AUPTF)କୋକସରା ବ୍ଲକ୍ ସଭାପତି ସମେତ ବ୍ଲକ୍ କମିଟି ସମସ୍ତ କର୍ମକର୍ତ୍ତା ବୁଧବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ଏବିଇଓ ତୋଫାନ ମାଝୀ ଙ୍କୁ ଉଚ୍ଚ ନ୍ୟାୟାଳୟର ବିଜ୍ଞପ୍ତି ଚିଠି କୁ ପ୍ରଦାନ କରିବା ସହ ଆଲୋଚନା କରିଥିଲେ।

