Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଜସକୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ୍ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର!

ଶୁକ୍ରବାର (୨୧ ନଭେମ୍ବର, ୨୦୨୫) ଦୁବାଇ ଏୟାରଶୋରେ ଏକ ଏରୋବେଟିକ୍ ପ୍ରଦର୍ଶନ ସମୟରେ ଭାରତୀୟ ବାୟୁସେନାର (IAF) ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ IAF ଏକ କୋର୍ଟ ଅଫ୍ ଇନ୍‌କ୍ବାରୀ ମଧ୍ୟ ଗଠନ କରିଛି।

ଏହାକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ତେଜସ୍ ଲଢ଼ୁଆ ବିମାନ ହଠାତ୍ ତଳକୁ ଖସି ପଡ଼ିଥିଲା ଏବଂ ଭୂମିରେ ପିଟି ହେବା ପରେ ନିଆଁ ଲାଗିଯାଇଥିଲା। ଏପରିକି ତେଜସକୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ୍ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ମଧ୍ୟ ଚଳାଇଛି। କାରଣ ପାକିସ୍ତାନୀ ଖବରକାଗଜ ଡନ୍ ତେଜସ୍‌ର ଡିଜାଇନ୍ ଉପରେ ପ୍ରଶ୍ନ ଉଠାଇଛି।

ଡନ୍ ଲେଖିଛି ଯେ, “ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହି ଲଢ଼ୁଆ ବିମାନ ଏହାର ଡିଜାଇନ୍ ଏବଂ ଅନ୍ୟାନ୍ୟ କାରଣ ପାଇଁ ଯାଞ୍ଚ ପରିସରକୁ ଆସିଛି। ତେଜସ୍ Mk-1A ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ହ୍ରାସ ପାଉଥିବା ସ୍କ୍ୱାର୍ଡନ୍‌କୁ ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ, ଭାରତର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପ୍ରତି ଚୀନ୍‌ର ବର୍ଦ୍ଧିତ ସମର୍ଥନକୁ ଦୃଷ୍ଟିରେ ରଖି ଭାରତ ଏହାର ପୁରୁଣା ବିମାନକୁ ବଦଳାଇ ଦେଉଛି। କିନ୍ତୁ ଏହା ଦୁର୍ଘଟଣା ଗସ୍ତ ହୋଇଛି। ସେହିପରି ପାକ ର ଅନେକ ଗଣମାଧ୍ୟମରେ ତେଜସ କୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତେଜସ୍ ଏକ ନିର୍ଦ୍ଧାରିତ ଏରୋବେଟିକ୍ ଅଭ୍ୟାସ ଉଡ଼ାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ତଦନ୍ତ ଦଳ ବିମାନର ପ୍ରତ୍ୟେକ ବୈଷୟିକ, କାର୍ଯ୍ୟକ୍ଷମ ଏବଂ ସୁରକ୍ଷା ଦିଗର ଏକ ବିସ୍ତୃତ ଅଧ୍ୟୟନ କରିବେ ଯାହା ଦ୍ୱାରା ପ୍ରକୃତ କାରଣ ନିର୍ଣ୍ଣୟ କରାଯିବ। ଦୁର୍ଘଟଣା ପରେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆକାଶପଥର ଏକ ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ