Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ଅଷ୍ଟଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ମହୋତ୍ସବ, ଶ୍ରୀ ଜଗନ୍ନାଥ ମନ୍ଦିର ତୋରଣ ରେ ଝଲସିବ ପୂଜା ମଣ୍ଡପ।

କଳାହାଣ୍ଡି,୨୨/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ସହର ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଭାଇଚାରା ର ସହର ଭାବେ ସ୍ୱତନ୍ତ୍ର ପରିଚୟ ରହି ଆସିଛି। ଯେ କୌଣସି ପୂଜା ପାର୍ବଣ ରେ ଗ୍ରାମ ରେ ସମସ୍ତ ଙ୍କ ମଧ୍ୟରେ ଭାଇଚାରା ଓ ସହଯୋଗ ର ନିଦର୍ଶନ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଲଡୁଗାଁ ରେ ଅଷ୍ଟଲକ୍ଷ୍ମୀ ପୂଜା ର ରୌପ୍ୟ ଜୟନ୍ତୀ ୨୬ ରୁ ୫ ଡିସେମ୍ବର ପର୍ଯ୍ୟନ୍ତ ମହା ସମାରୋହ ରେ ପାଳିତ ହେଉଥିବା ବେଳେ ପୂଜା କୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ପୁରୀ ଶ୍ରୀମନ୍ଦିର ର ପ୍ରତିମୂର୍ତ୍ତି ତୋରଣ କୁ ସ୍ଥାନୀତ କରାଯାଇଛି। କଳାକାର ମାନେ ଦିନରାତି ଏକାକାର କରି ତୋରଣ ନିର୍ମାଣ ରେ ଲାଗି ପଡିଛନ୍ତି। ରୌପ୍ୟ ଜୟନ୍ତୀ କୁ ସାଂସ୍କୃତିକ ମହାକୁମ୍ଭ ର ରୂପ ଦେବାକୁ।ପ୍ରତି ସନ୍ଧ୍ୟାରେ ମୁକ୍ତ ରଙ୍ଗ ମଞ୍ଚ ରେ ୮ ଦିନ ଧରି ମରାସୁର ବଧ ନାଟକ ମଞ୍ଚସ୍ତ ହେବ। ଅଷ୍ଟଲକ୍ଷ୍ମୀ ପୂଜା ରେ ମହାଲକ୍ଷ୍ମୀ ପୁରାଣ ର ସମ୍ପୂର୍ଣ୍ଣ କଥାବସ୍ତୁ କୁ କେଳିକୁଞ୍ଜ ମାଧ୍ୟମରେ ପ୍ରଦର୍ଶିତ ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ସିଧା ପ୍ରସାରଣ କରାଯିବ। ରୌପ୍ୟ ଜୟନ୍ତୀ ରେ ରାଜ୍ୟ ତଥା ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସବୁ କାର୍ଯ୍ୟ ଜାରି ରହିଛି।ଅଷ୍ଟଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କଂହେଇ ଚରଣ ଦାସ,ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଭୁପେନ୍ଦ୍ର ଦାସ ରହିଥିବା ବେଳେ ମହାଲକ୍ଷ୍ମୀ ପୂଜା ସ୍ଥାୟୀ କମିଟିର ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୂପସିଂ ଧଙ୍ଗଡା ମାଝୀ,କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ