Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଆରସିସି ୧୧ ବନାମ ଦଲ୍ଲୀପଡା କ୍ଲଷ୍ଟର ମଧ୍ୟରେ ବନ୍ଧୁତାପୂର୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ।

କଳାହାଣ୍ଡି,୨୩/୧୧
କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ କାର୍ଯ୍ୟରତ ସମସ୍ତ ସିଆରସିସି ୧୧ ଓ ଦଲ୍ଲୀପଡା କ୍ଲଷ୍ଟର ର ଶିକ୍ଷକ ଙ୍କ ମଧ୍ୟରେ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ଟେମରା ପଞ୍ଚାୟତ ହଂସପଡା ଖେଳ ପଡିଆ ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ୧୦ ଓଭର ମ୍ୟାଚ ରେ ଟସ ଜିତି ଦଲ୍ଲୀପଡା କ୍ଲଷ୍ଟର ପକ୍ଷରୁ କ୍ୟାବିନେଟ ଶରତ ପୁଝାରି ନେତୃତ୍ୱରେ ୧୦ ଓଭର ରେ ୮ ଖେଳାଳି ହରାଇ ୧୧୭ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ସିଆରସିସି ୧୭ ପକ୍ଷରୁ କ୍ୟାବିନେଟ ବୈକୁଣ୍ଠ ଜାଲ ଙ୍କ ନେତୃତ୍ବରେ ୧୦ ଓଭର ରେ ୪ ଖେଳାଳି ହରାଇ ମାତ୍ର ୧୦୯ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ମ୍ୟାଚ ଅମ୍ପିଆର ଭାବେ କମଳ ଖମାରି, ମାରଗୁଣୀଆ ନାଗ ପରିଚାଳନା କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ ଭାବେ ସଂଗ୍ରାମ କେଶରୀ ସାମଲ ଓ ସିଆରସିସି ଟିମ ପକ୍ଷରୁ ପ୍ରଶାନ୍ତ ଶବର ହୋଇଥିବା ବେଳେ ସ୍କୋର ବୋର୍ଡ଼ ରେ ଦେବାଶିଷ ବେହେରା ସହଯୋଗ କରିଥିଲେ।ବାସୁଦେବ ରୋତି, ପ୍ରଭାକର ସାହୁ, ଖଗେଶ୍ବର ମାଝୀ ଓ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ