Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ‘ଆଉ ବଞ୍ଚିବିନି’ ବୋଲି ମେସେଜ୍ ଦେଇଥିଲେ ହ୍ୟୁମାନ ସାଗର

ସିଙ୍ଗର ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ୭ ଦିନ ପରେ ବି ସାମ୍ନାକୁ ଆସୁଛି ନୂଆ ନୂଆ ଅଭିଯୋଗ, ଆଉ ଯୋଡ଼ି ହେଉଛି ନୂଆ ଫର୍ଦ। ହ୍ୟୁମାନଙ୍କ ଜୀବନରେ ଥିଲା ଅନେକ ଜୁଆର ଭଟ୍ଟା, ସେଥିପାଇଁ ତ ବାଧ୍ୟବାଧକତାରେ କରୁଥିଲେ ଷ୍ଟେଜ୍ ସୋ’। ଆଠଗଡ଼ ପ୍ରୋଗ୍ରାମରେ କେମିତି ଅସୁସ୍ଥ ଥାଇ ବି ଗୀତ ଗାଇବାକୁ ହ୍ୟୁମାନଙ୍କୁ କରାଯାଉଥିଲା ବାଧ୍ୟ ତାର ଭିଡିଓ ଅନେକ ପ୍ରଶ୍ନ ଛିଡ଼ା କରିଛି। ଏସବୁ ଭିତରେ ଗତ ଅଗଷ୍ଟ ମାସରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ‘ଆଉ ବଞ୍ଚିବିନି’ ବୋଲି ମେସେଜ୍ ଦେଇଥିଲେ, ଯାହା ସୃଷ୍ଟି କରିଛି ଅନେକ ପ୍ରଶ୍ନ।…
ଷ୍ଟେଜ୍ ସୋ’ ତାଙ୍କ ନିୟନ୍ତ୍ରଣରେ ନଥିଲା କିନ୍ତୁ ଯେଉଁ କିଛି ବଡ଼ ରେକର୍ଡିଂ ଯାହା ସିଧା ହ୍ୟୁମାନଙ୍କ ସହ ଯୋଗାଯୋଗ ହେଉଥିଲା ସେ ସବୁକୁ ସେ ବାତିଲ କରୁଥିଲେ। ଗତ ଅଗଷ୍ଟ ୪ ତାରିଖରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଷ୍ଟୁଡିଓ ରେକର୍ଡିଂକୁ ବାତିଲ କରିଥିଲେ ହ୍ୟୁମାନ। ଆଉ ଶେଷ ମୁହୂର୍ତ୍ତର ମେସେଜ୍ ଯାହା ଥିଲା ତାକୁ ପଢ଼ି ବିଶ୍ବାସ ବି କରି ପାରିନଥିଲେ ଶ୍ରୀକାନ୍ତ…

ହ୍ୟୁମାନ ମେସେଜ୍ ରେ ଲେଖିଥିଲେ SIR… I DONT WANT TO LIVE ANY MORE, I WANT TO DIE ଜୀବନର ଜୁଆର ଭଟ୍ଟାକୁ ବୋଧେ ଏମିତି ନିଇତି ମୁଣ୍ଡ ପାତି ସହୁଥିଲେ ସାଗର।

ଏସବୁ ଭିତରେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ଲୋକଙ୍କ ଭିତରେ ଆକ୍ରୋଶ। ଭୁବନେଶ୍ବରରୁ ବଲାଙ୍ଗିର ଯାଏଁ ହ୍ୟୁମାନଙ୍କ ଫ୍ୟାନ୍ ଓହ୍ଲାଇଲେଣି ରାସ୍ତାକୁ। ଆଜି ପାଟଣାଗଡ଼ ଥାନାରେ ଦୁଇ ମ୍ୟାନେଜର୍ ଦିନେଶ ବେହେରା ଓ ପ୍ରଶାନ୍ତଙ୍କ ବିରୋଧରେ ଏତଲା ଦେଇଛି କୋଶଳ ମୁକ୍ତି ମୋର୍ଚ୍ଚା। ହ୍ୟୁମାନଙ୍କୁ ଜାଣିଶୁଣି ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ ଏମାନେ କରିଛନ୍ତି। ସେହିପରି ପୂରା ଘଟଣାର ତଦନ୍ତ କରିବା ସହ ସତ ବାହାରକୁ ଆଣିବା ପାଇଁ ଗୃହ ବିଭାଗର ଦ୍ବାରସ୍ଥ ହେଇଛି ସିଭିଲ୍ ସୋସାଇଟି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ