Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସୁଛନ୍ତି ରାଷ୍ଟ୍ରପତି ; ପ୍ରଥମ ଥର ପାଇଁ ବିଧାନସଭା ଶୀତ ଅଧିବେଶନକୁ କରିବେ ସମ୍ବୋଧିତ

ଭୁବନେଶ୍ୱର;୨୭|୧୧: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି | ବିଧାନସଭା ଶୀତ ଅଧିବେଶନକୁ କରିବେ ସମ୍ବୋଧିତ | ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି | ରାଷ୍ଟ୍ରପତି ଉଦବୋଧନ ଦେଇ ସାରିବା ପରେ ୧୧ ନମ୍ବର ରୁମକୁ ଆସି କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ ନଂ ଚାମ୍ବର ତାଙ୍କ କାର୍ଯ୍ୟାଳୟ ରହିଥିଲା। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସହ ଚାମ୍ବରକୁ ମଧ୍ୟ ସଜାଯାଇଛି।

ସୂଚନା ଅନୁସାରେ ,ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି। ଏହି ଅଧିବେଶନ ଐତିହାସିକ ହୋଇ ରହିବାକୁ ଯାଉଛି | କାରଣ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଆସିବାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରିବା ସହିତ ସମ୍ପୂର୍ଣ୍ଣ ସୁରକ୍ଷା ଉପରେ କଡା ନଜର ରଖାଯାଇଛି | ଆଜି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଆସି ପହଞ୍ଚିବେ। ଅପରାହ୍ଣ ୪ଟା ସମୟରେ ରାଜଭବନ ପରିସରରେ ଥିବା ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ ଏବଂ ‌ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବାର ସୂଚନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ