୨ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି ରାଷ୍ଟ୍ରପତି
ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ ।
ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।
ରାଷ୍ଟ୍ରପତିଙ୍କ ସମ୍ମାନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାତ୍ରିଭୋଜନ ଦେଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ପତ୍ନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଗତକାଲି ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଘରବାହୁଡା ଭଳି ଲାଗୁଛି ।ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ, କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।ଏ ଗୃହକୁ କୋଟି କୋଟି ପ୍ରଣାମ।
ସେହିପରି ୨ ଦିନିଆ ଗସ୍ତ ସାରି ଓଡ଼ିଶାରୁ ଫେରୁଛନ୍ତି ରାଷ୍ଟ୍ରପତି। ସେଥିପାଇଁ ରାଜଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡ ବାହାରିଛି। ସେଠାରୁ ସେ ଦିଲ୍ଲୀ ଫେରିଯିବେ।

