Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି ରାଷ୍ଟ୍ରପତି

ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ ।

ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।

ରାଷ୍ଟ୍ରପତିଙ୍କ ସମ୍ମାନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାତ୍ରିଭୋଜନ ଦେଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ପତ୍ନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଗତକାଲି ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଘରବାହୁଡା ଭଳି ଲାଗୁଛି ।ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ, କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।ଏ ଗୃହକୁ କୋଟି କୋଟି ପ୍ରଣାମ।

ସେହିପରି ୨ ଦିନିଆ ଗସ୍ତ ସାରି ଓଡ଼ିଶାରୁ ଫେରୁଛନ୍ତି ରାଷ୍ଟ୍ରପତି। ସେଥିପାଇଁ ରାଜଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡ ବାହାରିଛି। ସେଠାରୁ ସେ ଦିଲ୍ଲୀ ଫେରିଯିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories