Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ; ବଜେଟରେ ଶିକ୍ଷା,ସ୍ବାସ୍ଥ୍ୟ, ଅନ୍ୟାନ୍ୟ ବିଭାଗର ବିକାଶ ରହିବ ମୂଳ ଲକ୍ଷ୍ୟ

ଭୁବନେଶ୍ବର,୨୮|୧୧: ଆସନ୍ତାକାଲି ଠାରୁ ବିଧାନସଭା ଅଧିବେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଆଜି ଅଧିବେଶନର ଦ୍ଵିତୀୟ ଦିନ | ଆଜି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଭନ୍ନ ବିଷୟକୁ ନେଇ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣ ସମୟରେ ଅତିରିକ୍ତ ୧୭ ହଜାର ୪୪୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟ୍‌ ରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିକାଶ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ରହିବ |

ତେବେ ଏହି ବଜେଟରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି | ପ୍ରାଥମିକ ଓ ଉଚ୍ଚଶିକ୍ଷାର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଶିକ୍ଷା ବିଭାଗ ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି। ଶିକ୍ଷା ପରେ କୃଷି ଏବଂ କୃଷକଙ୍କୁ ଦ୍ବିତୀୟ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ଅତିରିକ୍ତ ବଜେଟ୍‌ରେ ୧୬,୭୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିପରି ମହିଳା ଏବଂ ଶିଶୁ ବିକାଶ ବିଭାଗ ପାଇଁ ଅତିରିକ୍ତ ବଜେଟ୍‌ରେ ୧,୫୫୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏହି ବଜେଟରେ ଶିକ୍ଷା ଏବଂ କୃଷି ପରେ ଶିଳ୍ପ ଓ MSME ପାଇଁ ୩୩୭ କୋଟି ଟଙ୍କା, ମମତା ଯୋଜନା ପାଇଁ ୧୪୧ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ- ୪୪୦ କୋଟି, ବିପର୍ଯ୍ଯୟ ପରିଚାଳନା ପାଇଁ ୧୭୧ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ପ୍ରଶାସନିକ ଖର୍ଚ୍ଚ ପାଇଁ ୩, ୩୮୯ କୋଟି ଟଙ୍କା, ଏବଂ ସାମାଜିକ ସେବା ପାଇଁ ୫, ୯୪୮ କୋଟି ଟଙ୍କା, ସ୍ବାସ୍ଥ୍ଯ ବିଭାଗ ପାଇଁ ୧୧୬୪ କୋଟି ଟଙ୍କା, ପଞ୍ଚାୟତିରାଜ ବିଭାଗ ପାଇଁ ୬୧୬ କୋଟି ଟଙ୍କା, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପାଇଁ ୩୬୩ କୋଟି ଟଙ୍କା, ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା, ନନ୍ଦନକାନନର ବିକାଶ ପାଇଁ ୮୦ କୋଟି ଟଙ୍କା, ପରିବେଶ, ପର୍ଯ୍ଯଟନର ବିକାଶ ପାଇଁ ୮୦ କୋଟି, ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୫ କୋଟି ଓ ସହରୀ ବିକାଶ ପାଇଁ ୩୦୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ