Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରୁ ତଡ଼ି ପାର ହେଲେଣି ୪୯ ବାଂଲାଦେଶୀ…

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଗୃହରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚିହ୍ନଟ ହୋଇଥିବା ୫୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୪୯ ଜଣଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୪ ଜଣ ବାଂଲାଦେଶୀ ପ୍ରବାସୀଙ୍କୁ ଚିହ୍ନଟ କରାଯାଇଥିଲା। UPD-କଟକରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୬ଜଣ, କନ୍ଧମାଳରୁ ୩ଜଣ ଏବଂ କୋରାପୁଟ ଜିଲ୍ଲାରୁ ଜଣେ ରହିଥିଲେ। ପରବର୍ତ୍ତୀ ସମୟରେ ଆଇନଗତ ପ୍ରକ୍ରିୟା ପରେ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଥିଲା।ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ସ୍ୱଦେଶ ପଠାଇ ଦିଆଯାଇଥିଲା। ସେହିପରି ଜାଲ୍ ଡକ୍ୟୁମେଣ୍ଟ ବ୍ୟବହାର କରି ନିଜ ନାମରେ ଭାରତୀୟ ପାସପୋର୍ଟ ପାଇବା ଘଟଣାରେ ଅନ୍ୟ ଦୁଇ ଜଣ ପ୍ରବାସୀ (ଗଞ୍ଜାମରେ ଜଣେ ଏବଂ କନ୍ଧମାଳରେ ଅନ୍ୟ ଜଣେ)ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ