ସର୍ଟ ସର୍କିଟ ରୁ ଜଳିଗଲା ଘର, ଆସବାବପତ୍ର ନଷ୍ଟ,ବେସାହାରା ପରିବାର।
କଳାହାଣ୍ଡି,୦୧/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆପଡ଼ା ଗ୍ରାମ ର ନିତ୍ୟାନନ୍ଦ ବନ୍ଧିଛୋଡ ଙ୍କ ଘରେ ସୋମବାର ଇଲେକ୍ଟ୍ରି ସର୍ଟ ସର୍କିଟ କାରଣରୁ ଘରେ ନିଆଁ ଲାଗିବା ସହ ଘର ଥିବା ଧାନ, ଚାଉଳ, ଆସବାବପତ୍ର ସହ ସିମେଣ୍ଟ ୨୫ ବସ୍ତା ନଷ୍ଟ ହୋଇଥିବା ଜଣାପଡିଛି। ଏନେଇ କୋକସରା ଦମକଳ କାର୍ଯ୍ୟାଳୟ କୁ ଖବର ଦେବାପରେ ଦମକଲ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ଘରେ ନିଆଁ ଲାଗିବା ପରେ ପରିବାର ବେସାହାରା ହୋଇ ପଡିଛନ୍ତି।ନିତ୍ୟାନନ୍ଦ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଶୀଘ୍ର ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

