୬ ଗାଁ କୁ ରାଜସ୍ୱ ଗ୍ରାମ ଘୋଷଣା କରିବାକୁ ଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ପ୍ରତିନିଧି ଦଳ।
କଳାହାଣ୍ଡି,୦୧/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ୬ ଗୋଟି ପଡ଼ା ଗ୍ରାମ ତାଲାଗାଁ,ଦାବ୍ରିଗୁଡା,ବାବେକୋହରା,ଭାଳିଆଯୋର,ସର୍ଗିଗୁଡା,ରଏନଗୁଡା କୁ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମ ଭାବେ ଅନୁମୋଦନ ମିଳି ସାରିଛି, ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜସ୍ବ ବିଭାଗ ର ଅବହେଳା କାରଣରୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇନାହିଁ। ଏନେଇ ଏହି ୬ ଗ୍ରାମ ର ଲୋକେ ଅନେକ ସମୟରେ କୋକସରା ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଜସ୍ବ ଗ୍ରାମ ଘୋଷଣା ନ ହେବା କାରଣରୁ ଏହି ୬ ପଡା ଗ୍ରାମ ଲୋକେ ବିଭିନ୍ନ ସରକାରୀ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରି ପାରୁନାହାନ୍ତି। ଏନେଇ ସୋମବାର ୬ ଖଣ୍ଡ ଗାଁ ର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହୋଇ ଶୀଘ୍ର ରାଜସ୍ବ ବିଭାଗ ଦ୍ୱାରା ଅନୁମୋଦନ ହୋଇଥିବା ୬ ଗ୍ରାମ କୁ ରାଜସ୍ବ ଗ୍ରାମ ଘୋଷଣା କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ପ୍ରତିନିଧି ଦଳ ରେ ଭଜମାନ ନାଏକ, ପରକ୍ଷୀତ ବେଶ୍ରା, କୃଷ୍ଣ ନାଏକ, ଉଦ୍ଧବ ନାଏକ, ଡମ୍ବରୁ ଧଙ୍ଗଡା ମାଝୀ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

