ରାସନକାର୍ଡକୁ ନେଇ ଆସିଲା ନୂଆ ଅପଡେଟ; ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି ପ୍ରକ୍ରିୟା
ଭୁବନେଶ୍ୱର;୩|୧୨: ରାସନ କାର୍ଡ ପାଇଁ ଆରମ୍ଭ ହୋଇସାରିଛି ଇ-କେୱାଇସି ପ୍ରକ୍ରିୟା | ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ । ଏହି ପ୍ରକ୍ରିୟା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ କୁ ବାତିଲ କରାଯାଇଛି । ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଥିବା ବେଳେ ଦ୍ୱିତୀୟ ରେ କଟକ ରୁ ୨୯୦୫ ଗୋଟି ଜାଲି କାର୍ଡ ଧରା ପଡିଛି । ତୃତୀୟ ରେ ରହିଛି ସୁନ୍ଦର ଗଡ଼ ଜିଲ୍ଲା ଯେଉଁଠି ୨୩୫୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଛି ।
ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏହାକୁ ବିଧାନସଭାରେ ଲିଖିତ ଭାବରେ ଦେଇଥିଲେ। ଅନ୍ୟ ଏକ ଲିଖିତ ଉତ୍ତର ରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି । ସେଥିମଧ୍ୟରୁ , ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହେବେ ।
ସେହିଭଳି ଭାବରେ , ୭ ଲକ୍ଷ ୩୭ ହଜାର ୫୩୦ ଗୋଟି ଆବେଦନ ଗୁଡ଼ିକୁ ‘ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିଭିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦′ ର ବାଦଦେବା ମାନଦଣ୍ଡ ଭିତିରେ ଅଗ୍ରାହ୍ୟ କରାଯାଇଛି | ଏଥିସହିତ ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି ।

