ଦଣ୍ଡପାଟ ବେହେରା ଧନୁଯାତ୍ରା ପାଇଁ ଶୁଭଖମ୍ବ ସ୍ଥାପନ।
କଳାହାଣ୍ଡି,୦୩/୧୨
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଠାରେ ଚଳିତ ବର୍ଷ ଅଷ୍ଟମ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ବୁଧବାର ଶୁଭଖମ୍ବ ସ୍ଥାପିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କ୍ଷୀରସିନ୍ଧୁ ବାଗ ଓ ତାଙ୍କ ଧର୍ମପତ୍ନୀ ରିତା ବାଗ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ବେହେରା ଜଗନ୍ନାଥ ମନ୍ଦିର ପୂଜକ ପଣ୍ଡିତ ମୋହନ ତିୱାରୀ ଦାୟିତ୍ବ ନିର୍ବାହ କରିଥିଲେ । ଦଣ୍ଡପାଟ ଅଞ୍ଚଳ ର ଲୋକ କଳା କୁ ଉଦଜୀବିତ କରିବା ତଥା ଏହି ଅଞ୍ଚଳର ବିଭିନ୍ନ ସମସ୍ୟା କୁ ବିଶିଷ୍ଟ ରାଜନେତା ଓ ଅଧିକାରୀ ଙ୍କ ସମକ୍ଷ ରେ ଉପସ୍ଥାପନା କରି ସାମଗ୍ରିକ ବିକାଶ ପାଇଁ ଚେଷ୍ଟା କରିବା ହେଉଛି ଧନୁଯାତ୍ରା ର ଅନ୍ତର୍ନିହିତ ଲକ୍ଷ୍ୟ ବୋଲି ସଭାପତି ପ୍ରକାଶ କରିଥିଲେ ।ଏହି ଅବସରରେ ଆୟୋଜନ କମିଟିର ସଭାପତି ଲଳିତ ମୋହନ ବାଣୁଆ, ସମ୍ପାଦକ ଗୁଣନିଧି ନାଗ,କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ,ବିନ୍ଦୁସାର ବିଶି, ଭବେଶ ଗଇଁନ୍ତା, ତ୍ରିଲୋକ ସିଂହ,ଉପେନ୍ଦ୍ର ନାଏକ, ତରେଶ ବିଶି, ହେମାଳ ବିଶି,କାହ୍ନl ଭୋଇ, ଭିକାରୀ ଗୋପାଳ, ହୁକିମ ବିଶି,ଅଭୟ ଠାକୁର ,ଚନ୍ଦ୍ରକାନ୍ତ ରଣା, ପିକରାଜ ବିଶି ସମେତ ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ । ବଳରାମ ପୁଝାରି, ତୁଳସୀରାମ ବାରିକ, ଧନୁର୍ଜ୍ୟ ବିଶି, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ଇଶ୍ୱର ଲାଲ ଅଗ୍ରୱାଲ, ଭକ୍ତ ଚରଣ ଭୋଇ,ଶଶୀ ଧର ସାହୁ,ସନଧର ପୁଝାରୀ,ହେମନ୍ତ ନାଏକ,ରଜନୀ କାନ୍ତ ନାଏକ,ଚନ୍ଦନ ବଣୁଆ, ଡମ୍ବରୁ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।ଆସନ୍ତା ଡିସେମ୍ବର ୨୫ତାରିଖ ରୁ ୩୧ ତାରିଖ ପର୍ୟ୍ୟନ୍ତ ଧନୁଯାତ୍ରା ମହୋତ୍ସବ ପାଳିତ ହେବ । ଚଳିତ ବର୍ଷ ମଶାଲ ଯାତ୍ରା ଓ ମିନା ବଜାର ସହ ଗୋପାଳ ପଣ୍ଡାଙ୍କ କଂସ ଭୂମିକା, କୋରାପୁଟ ର ଢେମସା ନୃତ୍ୟ, ବିଭିନ୍ନ ରାଜ୍ୟ ର ଲୋକ କଳା, ଘୁମୁରା,ମାଦଳୀ ନୃତ୍ୟ ଆକର୍ଷଣ ର କେନ୍ଦ୍ର ପାଳଟିବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ବର୍ଷ ର ଭିଡ଼ କୁ ଆକଳନ କରି ଏବର୍ଷ ମଧ୍ୟ ପ୍ରବଲ ଭିଡ ହେବା ସମ୍ଭାବନା ଥିବାରୁ ଅଧିକ ସୁରକ୍ଷାବଲ ନିୟୋଜିତ କରାଯିବାକୁ କୋକସରା ଥାନା ଅଧିକାରୀ ଙ୍କୁ ନିବେଦନ କରାଯାଇଥିବା କମିଟି ସମ୍ପାଦକ ସୂଚନା ଦେଇଥିଲେ ।

