ପ୍ରେମ କରିଛି ପାଗଳ ! ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ
କେନ୍ଦୁଝର;୪।୧୨ : ପ୍ରେମ ପାଇଁ ଏକ ସାଙ୍ଘାତିକ ଘଟଣା ଘଟିଛି | ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଆଜି ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ ଏବଂ ବର୍ଷ ୨୯| ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁଯାଇ, ତିନି ବର୍ଷ ହେଲା ଦଶମନ୍ତ ନୟାକୋଟ ଥାନା ଅଞ୍ଚଳର ଏକ ଝିଅକୁ ପ୍ରେମ କରି ଆସୁଥିଲେ। ତେବେ ଝିଅର ମା’ ବାପା ରାଜି ନ ହେବାରୁ ସେମାନଙ୍କ ଉପରେ ଚାପ ପକାଇବାକୁ ଭୋର୍ ୪ ଟାରୁ ଟାୱାର ଉପରେ ଚଢ଼ି ଯାଇଥିଲେ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ପୋଲିସ ପହଞ୍ଚି ଦମକଳବାହିନୀ ଜରିଆରେ ତଳେ ଜାଲ ବାନ୍ଧି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।

