ଓଡିଶା ବିରୋଧରେ ଅଭିଯୋଗ ଆଣିଲେ ମୋହୁଆ ମୋଇତ୍ରା ; ବଙ୍ଗାଳି ଭାଷା କହିଲେ ପୁଲିସ ରୋହିଙ୍ଗ୍ୟା ମୁସଲିମର ଆଖ୍ୟା ଦେଇ ନିର୍ଯାତନା ଦେଉଛି
ନୟାଗଡ ;୪|୧୨ : ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା ନୂଆ ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି | ତାଙ୍କ ଅଭିଯୋଗ ଅନୁଯାଇ, ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ବଳପୂର୍ବକ ଓଡ଼ିଶାରୁ ବାହାର କରିଦିଆଯାଉଛି। ନୟାଗଡ଼ରୁ ୪ ଜଣ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ପୁଲିସ ବଳପୂର୍ବକ ଭାବରେ ବାହାର କରିଛି | ସେ କହିଛନ୍ତି ଯେ କେବଳ ବଙ୍ଗାଳି ଭାଷା କହୁଥିବାରୁ ପୁଲିସ ତାଙ୍କୁ ରୋହିଙ୍ଗ୍ୟା ମୁସଲିମର ଆଖ୍ୟା ଦେଇ ବାହାର କରି ଦେଇଛି । ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ପରେ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ରୋହିଙ୍ଗ୍ୟା ଆଖ୍ୟା ଦେଇ ରାଜ୍ୟରୁ ବାହାର କରିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି କହିଛନ୍ତି ଟିଏମସି ସାଂସଦ।
ଏହି ମାମଲାକୁ ନୟାଗଡ଼ ଏସପି ଓ ଡିଜିପିଙ୍କୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଆପତ୍ତି ଜାହିର କରିବା ସହ କୋର୍ଟରେ କଥା ହେବେ | ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି। ଆଉ କହିଛନ୍ତି ପଶ୍ଚିମବଙ୍ଗରେ ସଂଖ୍ୟାଧିକ ଓଡ଼ିଆ ରହୁଛନ୍ତି | ସେମାନଙ୍କୁ କେହି ଦୁର୍ବ୍ୟବହାର କରୁ ନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗର ଲୋକ ଓଡ଼ିଶାରେ ଭେଦଭାବର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି। ଏପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, କେବଳ ଅନୁପ୍ରବେଶକାରୀଙ୍କୁ ବାହାର କରାଯାଉଛି ।

