Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଚର୍ସ ଚ୍ୟାଲେଞ୍ଜର୍ସ ଓ ସିଆରସିସି ୧୧ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ,ଟିଚର୍ସ ଚ୍ୟାଲେଞ୍ଜର୍ସ ଚମ୍ପିୟାନ।

କଳାହାଣ୍ଡି୦୪/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ରେ କାର୍ଯ୍ୟରତ ଶିକ୍ଷକ ଙ୍କ ମଧ୍ୟରେ ଏକ ବନ୍ଧୁତାପୁର୍ଣ୍ଣ କ୍ରିକେଟ ମ୍ୟାଚ ଟିଚର୍ସ ଚ୍ୟାଲେଞ୍ଜର୍ସ ଓ ସିଆରସିସି ୧୧ ମଧ୍ୟରେ ଟେମରା ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ୧୧ ର କ୍ୟାପଟେନ ବୈକୁଣ୍ଠ ଜାଲ ଓ ଚ୍ୟାଲେଞ୍ଜର୍ସ ଦଳ କ୍ୟାପଟେନ ନାଥ ସିଂ ଙ୍କ ନେତୃତ୍ୱରେ ଆୟୋଜିତ ମ୍ୟାଚ ରେ ଟସ ଜିତି ଚ୍ୟାଲେଞ୍ଜର୍ସ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭର ରେ ୩ ଖେଳାଳି ହରାଇ ୧୫୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ସିଆରସିସି ୧୧ ଦଳ ୧୦ ଓଭର ରେ ୬ ଖେଳାଳି ହରାଇ ୧୦୫ ରନ କରି ଅଲ ଆଉଟ ହୋଇଥିଲେ। ଅମ୍ପିଆର ଭାବେ ସଞ୍ଜୟ ରାଉତ,ରମାକାନ୍ତ ଗୌଡ଼ ଖେଳ ପରିଚାଳନା କରିଥିବା ବେଳେ ରଶ୍ମି ରଞ୍ଜନ ପ୍ରଧାନ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭିକାରୀ ତାଣ୍ଡି ଙ୍କୁ ପ୍ରଦାନ କରା ଯାଇଥିଲା। ଏହି ବନ୍ଧୁତାପୂର୍ଣ ମ୍ୟାଚ ଶିକ୍ଷକ ମାନଙ୍କ ଭିତରେ ଏକ ଏକତା ଓ ଭାଇଚାରା ର ପରିଚୟ ର ଅନନ୍ୟ ଉଦାହରଣ ବୋଳି ଆୟୋଜକ ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ