Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା; ଏହା ଏକ ଐତିହାସିକ ମୁହୂର୍ତ୍ତ କହିଲେ ମୋଦୀ

ନୂଆଦିଲ୍ଲୀ,୮|୧୨: ସଂସଦରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଆରମ୍ଭ ହୋଇଛି ବିଶେଷ ଆଲୋଚନା। ଲୋକସଭାରେ ଏହି ଆଲୋଚନାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ବନ୍ଦେ ମାତରମ୍” ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, “ବନ୍ଦେ ମାତରମ୍”ର ୧୦୦ତମ ବାର୍ଷିକୀରେ ଦେଶର ଗଳା ଚିପାଯିବା ସହ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।

‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂରଣ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶ୍ଳୋକ ଗାଇ ତାର ଅର୍ଥ ବୁଝାଇ କହିଥିଲେ ଯେ, “ବନ୍ଦେ ମାତରମ୍ ହେଉଛି ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଏବଂ ପ୍ରେରଣା ଦେଇଥିବା ମନ୍ତ୍ର। ଏହା ଆମ ପାଇଁ ଗର୍ବର ବିଷୟ ଯେ, ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣ କରୁଛି ଏବଂ ଆମେ ସମସ୍ତେ ଏହି ଐତିହାସିକ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ପାଇଛୁ। ଯେତେବେଳେ “ବନ୍ଦେ ମାତରମ୍” ଏହାର ୫୦ତମ ବାର୍ଷିକୀ ପାଳନ କରିଥିଲା, ସେତେବେଳେ ଦେଶ ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲା। ଯେତେବେଳେ ଏହା ୧୦୦ତମ ବାର୍ଷିକୀ ପାଳନ କଲା, ସେତେବେଳେ ଦେଶ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାରରେ ଥିଲା। ସେ ସମୟରେ କ୍ଷମତାରେ ଥିବା ସରକାର ସମ୍ବିଧାନର ଗଳା ଚିପି ଦେଇଥିଲେ। କିନ୍ତୁ ଆଜି, ଏହା ୧୫୦ତମ ବାର୍ଷିକୀ ପାଳନ କରୁଛି, ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ପାଲଟିଛି ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି। “ବନ୍ଦେ ମାତରମ୍” ସ୍ୱାଧୀନତା ସଂଗ୍ରାମକୁ ସାହସ ଏବଂ ଦୃଢ଼ତାର ପଥ ଦେଖାଇଥିଲା। ଆଜି ଏହି ସଦନରେ ଏହାକୁ ମନେ ପକାଇବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ଏବଂ ଗର୍ବର ବିଷୟ।

ସଂସଦରେ “ବନ୍ଦେ ମାତରମ୍” ପ୍ରସଙ୍ଗ ଉପରେ ଆଲୋଚନା ହେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ “ବଙ୍କିମ ଦା” ବୋଲି ସମ୍ବୋଧନ କରୁଥିଲେ। ଏହା ଶୁଣିବା ପରେ ଟିଏମସି ସାଂସଦ ସୌଗତ ରାୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି କହିଥିଲେ ଯେ, ତାଙ୍କୁ “ବଙ୍କିମ ବାବୁ” ବୋଲି ସମ୍ବୋଧନ କରନ୍ତୁ। ପରେ ପ୍ରଧାନମନ୍ତ୍ରୀ ନିଜକୁ ସଂଶୋଧନ କରିବା ସହିତ ଟିଏମସି ସାଂସଦଙ୍କୁ ବିନମ୍ର ଭାବରେ ଧନ୍ୟବାଦ ଜଣାଇଥିଲେ ଏବଂ ତା’ପରେ ମଜା କରି କହିଥିଲେ, “ମୁଁ ଆପଣଙ୍କୁ ‘ଦାଦା’ ବୋଲି ଡାକିପାରିବି ତ? ମୁଁ ଆଶା କରୁଛି ଆପଣଙ୍କର ଏଥିରେ କିଛି ଆପତ୍ତି ରହିବ ନାହିଁ ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ